ଅନ୍ତଃସତ୍ତ୍ୱା ମହିଳାଙ୍କୁ ଲାତ ମାରିଥିବା ଭ୍ରୂଣ ହତ୍ୟା କରିଥିବା ୬ ଜଣଙ୍କୁ ଗିରଫ କଲା ପୁଲିସ

କୋଝିକୋଡ଼: ଗୁରୁବାର ଦିନ କୋଣ୍ଡେନ୍‌ଚେରି ପୁଲିସ ଜଣେ ଅନ୍ତଃସତ୍ତ୍ୱା ମହିଳାଙ୍କୁ ଆକ୍ରମଣ ଏବଂ ତାଙ୍କ ଗର୍ଭସ୍ଥ ଭ୍ରୂଣ ହତ୍ୟା କରିବାରେ ସମ୍ପୃକ୍ତ ଜଣେ ସିପିଏମ୍‌ ନେତାଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି। ପାଶବିକ ଆକ୍ରମଣ ପରେ ମହିଳାଜଣକ ଗର୍ଭପାତ କରାଇବାକୁ ବାଧ୍ୟ ହୋଇଥିଲେ।

ଗିରଫ ବ୍ୟକ୍ତିମାନେ ହେଲେ, ୫୧ ବର୍ଷିୟ ବିଜୟନଙ୍କ ପୁଅ ତେତ୍ତାଲିଲ୍‌ ତାମ୍ବି, ୩୫ ବର୍ଷିୟ ଭି ରେଞ୍ଜିତ, ୪୦ ବର୍ଷିୟ ପି କେ ଜୟ, ୪୦ ବର୍ଷିୟ ଏମ୍‌ ସାଇଦାଲଭି, ଗୋପାଳକୃଷ୍ଣଙ୍କ ପତ୍ନୀ ୫୦ ବର୍ଷୀୟ ସରସୁ, ୩୮ ବର୍ଷିୟ ବାଲିୟାପରମ୍ବି ବେନୟ। ଗିରଫ ବ୍ୟକ୍ତିମାନଙ୍କୁ ତାମାରାସେରି ଜୁଡିସିଆଲ୍‌ ଫାଷ୍ଟ୍‍ କ୍ଲାସ୍‌ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ହାଜର କରାଯିବା ପରେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତରେ ରଖାଯିବାକୁ କୁହାଯାଇଛି।

ଏହି ଦୁଃଖଦ ଘଟଣାଟି ଘଟିଥିଲା ଜାନୁଆରି ୨୮ ତାରିଖରେ ସେ ମହିଳାଙ୍କ କୋଣ୍ଡେନ୍‌ଚେରି ବାସଭବନରେ। ସିବି ଚାକୋଙ୍କ ପତ୍ନୀ ଜ୍ୟେତ୍ସ୍ନା ସିବିଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତମାନେ ତାଙ୍କ ପେଟକୁ ଲାତ ମାରିଥିଲେ।

ତାଙ୍କ ସ୍ୱାମୀଙ୍କୁ ଅଭିଯୁକ୍ତମାନେ ଅମାନବୀୟ ଭାବେ ଆକ୍ରମଣ କରୁଥିବାବେଳେ ସେ ସେମାନଙ୍କୁ ପ୍ରତିରୋଧ କରିବାରୁ ଏ ଭଳି ଦୁର୍ଦ୍ଦଶାର ସମ୍ମୁଖୀନା ହୋଇଥିଲେ। ଅଭିଯୁକ୍ତମାନେ ନିର୍ବିଚାର ଭାବେ ସେ ମହିଳାଙ୍କ ପେଟରେ ଲାତ ମାରିବାରୁ ପ୍ରବଳ ରକ୍ତ ବୋହିଥିଲା।

ସମ୍ବନ୍ଧିତ ଖବର