ଜଳେଶ୍ଵର (ସତ୍ୟ ନାରାୟଣ ପ୍ରଧାନ):ବାଲେଶ୍ଵରଜିଲ୍ଲା ଜଳେଶ୍ୱର ବ୍ଲକ ଅଧିନସ୍ଥ ଓଲମରା ପଞ୍ଚାୟତର ରାଜନଗର ପାଟଣା ଗ୍ରାମରେ ପିଲା ଚୋରି ଗୁଜବକୁ ନେଇ ପଶ୍ଚିମବଙ୍ଗର ଦୁଇ ଜଣ ଏସଆଇଆର କର୍ମଚାରୀ, ଜଣେ ସାମ୍ବାଦିକଙ୍କୁ ମାଡ଼ ସହ ରାଇବଣିଆ ଥାନାଧିକାରୀଙ୍କୁ ଠେଲାପେଲା ଘଟଣାରେ ପୁଲିସ ଗତକାଲି ରାତିରୁ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି। ଘଟଣା ସମ୍ପର୍କରେ ଖବର ପାଇ ରାଜନଗର ପାଟଣା ଗ୍ରାମକୁ ଯାଇଥିବା ରାଇବଣିଆ ଥାନାଧିକାରୀ ଚମ୍ପାବତୀ ସୋରେନଙ୍କୁ ଗ୍ରାମବାସୀମାନେ ଠେଲାପେଲା କରିବା, ଆଇନ ଶୃଙ୍ଖଳା ରକ୍ଷା ପାଇଁ ଯାଇଥିବା ପୁଲିସକୁ ସେମାନଙ୍କ ଦାୟିତ୍ବ ତୁଲାଇବାକୁ ନଦେଇ ଅଟକ ରଖିବା ଆଦି ଆଇନ ବିରୋଧୀ କାମ ଗ୍ରାମବାସୀଙ୍କ ପାଇଁ ମହଙ୍ଗା ପଡିଛି।

Advertisment

ଏନେଇ ରାଇବଣିଆ ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି। ଥାନା ଏଏସଆଇ ଚନ୍ଦନ ମହାନ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ରାଇବଣିଆ ପୁଲିସ ୩୨/୨୬ ନମ୍ବରର ମାମଲା ରୁଜୁ କରିଛି। ସେହିପରି ଗ୍ରାମବାସୀ ଙ୍କ ଠାରୁ ମାଡ଼ ଖାଇ ଗୁରୁତର ହୋଇଥିବା ପଶ୍ଚିମବଙ୍ଗ ମାଇକ୍ରୋ ଓବଜରଭର ଅଥବା ଏସଆଇଆର କର୍ମଚାରୀ ସୋମିତ ହାଜରାଙ୍କ ଅଭିଯୋଗ ଆଧାରରେ ପୁଲିସ ୩୩/୨୬ ନମ୍ବରର ଆଉ ଏକ ମାମଲା ରୁଜୁ କରିଛି।

ଆହୁରି ପଢ଼ନ୍ତୁ: Cricket: ଦକ୍ଷିଣ ଆଫ୍ରିକା ଜିତିଲା, ଭାରତ ଖୁସି ହେଲା

ଗତକାଲି ବିଳମ୍ବିତ ରାତି ଅର୍ଥାତ୍ ରାତି ୨ ଟାରୁ ୪ଟା ମଧ୍ୟରେ ଜିଲ୍ଲା ପୁଲିସର ଦକ୍ଷ ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ବିପୁଳ ଫୋର୍ସ ସହ ରାମନଗର ପାଟଣା ଗ୍ରାମରେ ଚଢ଼ାଉ କରି ଉପରୋକ୍ତ ଦୁଇ ମାମଲାରେ ସମ୍ପୃକ୍ତ ସନ୍ଦେହରେ ୯୦ରୁ ଊର୍ଦ୍ଧ୍ବ ଗ୍ରାମବାସୀଙ୍କୁ ସେମାନଙ୍କ ଘରୁ ଉଠାଇ ଅଣା ଯିବା ସହ ଜଳେଶ୍ଵର ଥାନାରେ ରଖାଯାଇଥିଲା। ଯେଉଁମାନଙ୍କୁ ପୁଲିସ ଉଠାଇ ଆଣିଥିଲା ସେମାନଙ୍କର ଏହି ମାମଲା ସହ ସମ୍ପୃକ୍ତି ଅଛି କି ନାହିଁ ପୁଲିସ ଏହାକୁ ଛାନଭିନ କରିବା ପରେ ସେମାନଙ୍କ ମଧ୍ୟରୁ ୭୨ ଜଣକୁ ଗିରଫ କରିଛି ବୋଲି ଅତିରିକ୍ତ ଏସପି ନିରଞ୍ଜନ ବେହେରା ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: Climate Change: ଜଳବାୟୁ ପରିବର୍ତ୍ତନ ଯୋଗୁ ବଦଳୁଛି ବାଘଙ୍କ ଆଚରଣ, ମଣିଷଙ୍କ ଉପରେ ବଢୁଛି ଆକ୍ରମଣ

ଗତକାଲି ଗଣ୍ଡଗୋଳ ସମୟର ମୋବାଇଲ କ୍ୟାମେରାରେ ଉତ୍ତୋଳିତ ହୋଇଥିବା ଭିଡିଓ ଆଧାରରେ ଗଣ୍ଡଗୋଳକାରୀଙ୍କୁ ଚିହ୍ନଟ କରା ଯାଇଥିବା ସେ କହିଛନ୍ତି। ଯେଉଁମାନଙ୍କର ମାମଲାରେ ସମ୍ପୃକ୍ତି ନାହିଁ ପୁଲିସ ସେମାନଙ୍କୁ ପୁଲିସ ଛାଡି ଦେଇଛି। ଗିରଫ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ ପୂର୍ବରୁ ଜିକେ ଭଟ୍ଟର ହସ୍ପିଟାଲରେ ଡାକ୍ତରୀ ମାଇନା କରାଯାଇଛି। ଅନ୍ୟପକ୍ଷେ ଗତକାଲି ରାଜନଗର ପାଟଣା ଗ୍ରାମବାସୀଙ୍କ ଠାରୁ ମାଡ ଖାଇଥିବା ଶ୍ରୀ ହାଜିରା ଓ ଶ୍ରୀ ହାଁସଦା ଉଭୟଙ୍କୁ ରାତିରେ ରେମୁଣା ସ୍ଥିତ ଫକୀରମୋହନ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ସେମାନେ ସୁସ୍ଥ ଅନୁଭବ କରିବା ପରେ ସେମାନଙ୍କୁ ଜଳେଶ୍ଵର ଫେରାଇ ଅଣା ଯାଇଥିବା ବେଳେ ରାତି ପାଖାପାଖି ଗୋଟାଏ ସମୟରେ ସେମାନଙ୍କୁ ଦେଖା କରିବାକୁ ଆସିଥିବା ପରିବାର ଲୋକ ଓ ପଶ୍ଚିମବଙ୍ଗ ର ବାଲିଗଡିଆ ବ୍ଲକ କର୍ମଚାରୀଙ୍କୁ ଦୁଇ ଏସଆଇଆର କର୍ମଚାରୀ ଙ୍କୁ ହସ୍ତାନ୍ତର କରାଯାଇଛି।