ଚଳନ୍ତା ଗାଡ଼ିରେ ଅସଦାଚରଣର ଶିକାର ମହିଳାଙ୍କୁ ଚୋରି ଅଭିଯୋଗ ଦେବା ପାଇଁ ବାଧ୍ୟ କଲା ପୁଲିସ
ଗୁର୍ଗାଓଁ : ଗୁରୁବାର ଦିଲ୍ଲୀ-ଗୁର୍ଗାଓଁ ଏକ୍ସପ୍ରେସେଓ୍ଵରେ ଜଣେ ମହିଳା ଅସଦାଚରଣର ଶିକାର ହେବା ସହ ତାଙ୍କୁ ଚଳନ୍ତା ଗାଡ଼ିରୁ ଫିଙ୍ଗି ଦିଆଯାଇଥିଲା । ଏ ନେଇ ମହିଳା ଜଣଙ୍କ ପୁଲିସରେ ଅଭିଯୋଗ କରିବା ପରେ ପୁଲିସ ତାଙ୍କୁ କେବଳ ଚୋରୀ ହୋଇଛି ବୋଲି ଅଭିଯୋଗ କରିବାକୁ ବାଧ୍ୟ କରିଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ପୀଡ଼ିତାଙ୍କ କହିବା ଅନୁଯାୟୀ, “ଗୁରୁବାର ରାତି ୮ଟାରେ ଏହି ଘଟଣା ଘଟିଥିଲା । ମୁଁ ଅଫିସରୁ ହିରୋହୋଣ୍ଡା ଚୌକ୍ ଆଡ଼କୁ ଯିବା ପାଇଁ ଗାଡ଼ିକୁ ଅପେକ୍ଷା କରିଥିବା ସମୟରେ ଏକ କ୍ୟାବ୍ ମୋ ପାଖରେ ଆସି ଅଟକିିଥିଲା । ପୂର୍ବରୁ ସେଥିରେ ଦୁଇ ଜଣ ଯୁବକ ବସିଥିବା ବେଳେ ମୁଁ ସେମାନଙ୍କୁ ଯାତ୍ରୀ ବୋଲି ଭାବି କ୍ୟାବ୍ରେ ବସି ଯାଇଥିଲେ । କିଛିି ଦୂର ଯିବା ପରେ ଝାର୍ସା ଚୌକ୍ ଠାରେ ଚାଳକଙ୍କ ସମେତ ଆଗରୁ ବସିଥିବା ଦୁଇ ଜଣ ଯୁବକ ମୋ ସହ ଅସଦାଚରଣ କରିବା ଆରମ୍ଭ କରିଦେଇଥିଲେ । ଏହାକୁ ବିରୋଧ କରି ଜୋରରେ ପାଟି କରିବାରୁ ମୋ ହାତ,ଗୋଡ଼ ବାନ୍ଧିବା ସହ ପାଟିକୁ ବନ୍ଦ କରିଦେଇଥିଲେ । ଦୁଷ୍କର୍ମ କରିବା ପାଇଁ ପ୍ରୟାସ କରୁଥିବା ବେଳେ ଦୁଇ ଜଣ ପୁଲିସ ଅଧିକାରୀଙ୍କୁ ଦେଖି ସେମାନେ ରାଜୀବ୍ ଚୌକ୍ ଆଡ଼କୁ ଗାଡ଼ି ନେଇ ଯାଇଥିଲେ । ଏହା ପରେ ସେମାନେ ମୋ ପର୍ସ ଏବଂ ଫୋନ ଛଡ଼ାଇ ନେବା ସହ ବାହାରକୁ ଫିଙ୍ଗି ଦେଇଥିଲେ । ସେମାନେ ସେଠୁ ଗଲା ପରେ ମୁଁ ଜଣେ ବ୍ୟକ୍ତିଙ୍କ ଠାରୁ ଫୋନ ଆଣି ମୋ ସ୍ୱାମୀଙ୍କୁ ସଂପର୍କ କରିଥିଲି। । ଏହା ପରେ ଆମେ ଦୁହେଁ ଅଭିଯୋଗ କରିବା ପାଇଁ ସେକ୍ଟର-୪୦ ପୁଲିସ ଷ୍ଟେସନରେ ପହଞ୍ଚିଥିଲୁ । କିନ୍ତୁ ପୁଲିସ ମୋ ସହ ଅସଦାଚରଣ ହୋଇଛି ବୋଲି ଅଭିଯୋଗ ନ ରଖିବା ସହ ଏହି ମାମଲାକୁ ଚପାଇବାକୁ ଚେଷ୍ଟା କରଥିଲେ । ସେମାନେ ଆମକୁ ପୁଲିସ ଷ୍ଟେସନରେ ଦୁଇ ଘଣ୍ଟା ବସାଇବା ସହ ସତରେ ଅସଦାଚରଣ ହୋଇଛି କି ନାହିଁ ବୋଲି ପ୍ରମାଣ ମାଗିିଥିଲେ । ତା’ ପରେ କେବଳ ଆପଣଙ୍କର ଜିନିଷ ଚୋରି ହୋଇଥିବା ଅଭିଯୋଗ କର ବୋଲି ବାଧ୍ୟ କରିଥିଲେ” ।
ଅନ୍ୟପକ୍ଷରେ ପୁଲିସ୍ ପିଆର୍ଓ ମନୀଷ ସେହଗଲଙ୍କ କହିବା ଅନୁଯାୟୀ, ଦମ୍ପତି କେବଳ ତାଙ୍କର ଫୋନ୍ ଏବଂ ପଇସା ଚୋରି ହୋଇଛି ବୋଲି ଅଭିଯୋଗ କରିଥିଲେ । ଅସଦାଚରଣର ବିଷୟରେ କୌଣସି ଅଭିଯୋଗ ସେ ଆମ ପାଖରେ କରି ନ ଥିଲେ । ଅସଦାଚରଣର ବିଷୟରେ ଜାଣିବା ପରେ ଆମେ ସବୁ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛୁ ।