ସହିଦନଗର ଥାନାରେ ପୁଲିସକୁ ଆକ୍ରମଣ ଓ ଭଙ୍ଗାରୁଜା ଘଟଣା: ଆଉ ଜଣେ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ସହିଦନଗର ଥାନା ଭିତରେ ପଶି ପୁଲିସକୁ ଆକ୍ରମଣ ଓ ଭଙ୍ଗାରୁଜା ଘଟଣାରେ ଆଜି ପୁଲିସ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲା, ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଲଲାଟେନ୍ଦୁ ମଲ୍ଲିକ(୨୨)। ଏଠାରେ ଉତ୍କଳ ବିଶ୍ବବିଦ୍ୟାଳୟ ହଷ୍ଟେଲ୍‌ ନମ୍ବର -୭ରେ ରହୁଥିଲା। ଆଜି ପୁଲିସ ତାଙ୍କୁ କୋର୍ଟଚାଲାଣ କରିଛି। ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଲାଗି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଆଜିର ଗିରଫଦାରୀକୁ ମିଶାଇ ପୁଲିସ ଏହି ଘଟଣାରେ ଏପର୍ଯ୍ୟନ୍ତ ମୋଟ ୯ ଜଣଙ୍କୁ ଗିରଫ କରିଛି। ଡିସିପି ଅନୁପ ସାହୁ କହିଛନ୍ତି, ଫେରାର୍‌ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି।

ସମ୍ବନ୍ଧିତ ଖବର