ପୁଲିସ ମାଡରେ ମହିଳାଙ୍କ ଗର୍ଭନଷ୍ଟ, ମୃତ ସନ୍ତାନକୁ ଧରି ଥାନାରେ ପହଞ୍ଚିଲେ ମହିଳା !

ସମ୍ଭଲ: ଉତ୍ତରପ୍ରଦେଶର ସମ୍ଭଲରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ପୁଲିସକର୍ମୀଙ୍କ ମାଡରେ ମହିଳାଙ୍କ ଗର୍ଭନଷ୍ଟ ହେବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖୋଳାଇ ଦେଇଛି।

ଉତ୍ତରପ୍ରଦେଶର ଜନପଦ ସମ୍ଭଲ ଥାନା ନଖସାସ୍ଥିତ ଶାହପୁର ଗ୍ରାମରେ ରହୁଥିବା ପୀଡିତା ମହିଳାଙ୍କ କହିବାନୁସାରେ, ଶନିବାର ରାତିରେ ସିରସି ଚୌକି ଦାୟିତ୍ୱରେ ଥିବା ପୁଲିସ ଅଧିକାରୀ କାନ୍ତ କୁମାର ଶର୍ମା ଆମ ଘରର ଯାଞ୍ଚ କରିବାକୁ ଆସିଥିଲେ। ଘର କାହିଁକି ଯାଞ୍ଚ କରୁଛ ବୋଲି ପଚାରିବାରୁ ସେ  ମୋତେ ମାଡ ମାରିବା ସହିତ ମୋର ପେଟକୁ ଗୋଇଠା ଓ ଲାତ ମଧ୍ୟ ମାରିଥିଲେ। ଏହି ମାଡରେ ମୁଁ ସମ୍ପୂର୍ଣ୍ଣ ଭାବେ ଅସୁସ୍ଥ ହୋଇପଡ଼ିଥିଲି, କାରଣ ମୁଁ ୩ମାସର ଅନ୍ତସତ୍ତ୍ୱା ଥିଲି।

ଶର୍ମାଙ୍କ ମାଡରେ ୩ମାସର ଅନ୍ତସତ୍ତ୍ୱା ଥିବା ମହିଳାଙ୍କ ଗର୍ଭନଷ୍ଟ ହୋଇଯାଇଥିଲା ବୋଲି ସ୍ଥାନୀୟଲୋକେ ଅଭିଯୋଗ କରୁଛନ୍ତି।

ପୀଡିତା ମହିଳା ଏହି ଘଟଣାର ଘଟିବାର ପରଦିନ ନିଜ ସ୍ୱାମୀଙ୍କ ସହ ମୃତ ସନ୍ତାନକୁ ଧରି ଥାନାରେ ପହଞ୍ଚିଥିଲେ। ଥାନା ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଥାନା ଅଧିକାରୀ ମହିଳାଙ୍କ କୌଣସି କଥା ନଶୁଣି ତାଙ୍କୁ ଥାନାରୁ ଚାଲିଯିବାକୁ କହିଥିଲେ। ଏହାପରେ ମହିଳା ନିଜ ମୃତ ସନ୍ତାନକୁ ଧରି ଜିଲ୍ଲା ହସ୍‌ପିଟାଲରେ ପହଞ୍ଚି ଗଣମାଧ୍ୟମରେ ସମ୍ମୁଖରେ ନିଜର ଦୁଃଖ ଜଣାଇଥିଲେ।  ଗଣମାଧ୍ୟମରେ ଏହି ଖବର ପ୍ରଚାର ହେଲା ପରେ ପୁଲିସ ପ୍ରଶାସନ ଉପରେ ଚଡକ ପଡ଼ିଛି। ପୀଡିତା ମହିଳାଙ୍କ ଜିଲ୍ଲା ହସ୍‌ପିଟାଲରେ ଚିକିତ୍ସା ଚାଲିଛି, ତାଙ୍କ ଅବସ୍ଥା ଏବେ ଗମ୍ଭୀର ଅଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି।

ଯେଉଁ ପୁଲିସ ଅଧିକାରୀଙ୍କ ନାମରେ ମହିଳା ଅଭିଯୋଗ ଆଣିଛନ୍ତି, ସେହି ପୁଲିସ ଅଧିକାରୀଙ୍କ କହିବାନୁସାରେ, ପୀଡିତ ମହିଳାଙ୍କ ଭଣଜା ଗାଁର ଜଣେ ଯୁବତୀଙ୍କୁ ଘରୁ ଫେରାର କରି ନେଇଥିବା ଅଭିଯୋଗ ହୋଇଥିଲା। ପୁଲିସ ପୀଡିତ ମହିଳାଙ୍କ ଭଣଜାକୁ ଖୋଜିବା ପାଇଁ ତାଙ୍କ ଘର ଯାଞ୍ଚ କରିବାକୁ ଯାଇଥିଲେ।

ଏହି ମାମଲାରେ ସିଓ ସଦରଙ୍କ କହିବାନୁସାରେ, ପୀଡତା ମହିଳାଙ୍କ ଭଣଜା ନାମରେ ଜଣେ ଯୁବତୀଙ୍କ ଘରୁ ଫେରାର କରି ନେବା ଅଭିଯୋଗ ଆସିବା ପରେ ପୁଲିସ କାନ୍ତ କୁମାର ଶର୍ମାଙ୍କୁ ଯାଞ୍ଚ ପାଇଁ ପଠା ଯାଇଥିଲା। ମହିଳାଙ୍କ ଗର୍ଭପାତ ମାଡପିଟ ହେତୁ ହୋଇଛି ନା ଅନ୍ୟ କୌଣସି କାରଣରୁ ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। ଏହି ମାମଲାରେ ପୁଲିସ ଅନୁସନ୍ଧାନ ଜାରି ରଖିଛି। ଯିଏ ଏହି ଘଟଣାରେ ସମ୍ପୃକ୍ତ ଥିବ ତାଙ୍କ ବିରୋଧରେ କଡା ଦଣ୍ଡବିଧାନ କରାଯିବ ।

ସମ୍ବନ୍ଧିତ ଖବର