ସିସିଟିଭି ବ୍ୟାଟେରି ଓ ୟୁପିଏସ୍‌ ଚୋରି ରାକେଟ୍‌ ଠାବ, ୩ ଗିରଫ

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଛକରେ ସିସି କ୍ୟାମେରା ପାଇଁ ଲଗାଯାଇଥିବା ୟୁପିଏସ୍‌ ବ୍ୟାଟେରି ଚୋରି କରୁଥିବା ଏକ ଗ୍ୟାଙ୍ଗକୁ କ୍ୟାପିଟାଲ ଥାନା ପୁଲିସ ଠାବ କରିଛି। ପୁଲିସ ଆଜି ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ, ୟୁନିଟ୍‌-୩ ମସ୍‌ଜିଦ୍‌ କଲୋନିର ସେକ୍‌ କସୁର୍‌ ଅଲ୍ଲୀ ଓରଫ ବୁଲୁଆ, ସେକ୍‌ ମୁସ୍ତାକିନ୍‌ ଓ ଶାନ୍ତିନଗର ବସ୍ତିର ସେକ୍‌ ସାହାଦତ୍‌। ଏମାନଙ୍କ ଘର ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳରେ। ଏମାନେ ରାଜଭବନ, ଶିଶୁଭବନ, ଏଜି, ନାଲ୍‌କୋ ଛକରେ ଲାଗିଥିବା ସିସିଟିଭି ୟୁପିଏସ୍‌ ଓ ବ୍ୟାଟେରି ଚୋରି କରି ନେଉ ଥିଲେ। ଗତ ୧୦ ତାରିଖରେ ରାଜଭବନ ନିକଟରେ ଲାଗିଥିବା ସିସି କ୍ୟାମେରାର ୟୁପିଏସ୍‌ ଓ ବ୍ୟାଟେରି ଚୋରି ହୋଇଥିବା ଅଭିଯୋଗ ହବା ପରେ ପୁଲିସ ଛାନଭିନ୍‌ ଆରମ୍ଭ କରିଥିଲା। ତେବେ ଏହି ଚୋରିରେ ସେମାନଙ୍କ ସହ ଆଉ କିଏ କିଏ ସାମିଲ ଅଛନ୍ତି କି ନାହିଁ ଅନୁସନ୍ଧ‌ାନ ଚାଲିଛି।

ସମ୍ବନ୍ଧିତ ଖବର