ଯୌନାଙ୍ଗରେ ନିଶାଦ୍ରବ୍ୟ ରଖି ମହିଳା କରୁଥିଲେ ଚାଲାଣ; ଧରିଲା ପୁଲିସ୍‌

ଜଣେ ମହିଳାଙ୍କ ଶରୀରର ଗୁପ୍ତାଙ୍ଗରୁ ନିଶାଦ୍ରବ୍ୟ ଜବତ ହୋଇଥିବା ଭଳି ଏକ ଖବର ଏବେ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆମେରିକାରର ସୁରିଙ୍ଗର ମହିଳା ସହିତ ମିଲ୍‌ଓଏକେର ଜଣେ ବ୍ୟକ୍ତିଙ୍କୁ ପୁଲିସ୍‌ ଗିରଫ କରିଛି। ଜୁନ୍‌ ୨୫ ତାରିଖରେ ସାଓ୍ଵନଠାରେ ଜରାଲ୍‌ ଆର୍‌.ମ୍ୟାକ୍‌କୋଲମ୍‌(୩୯) ଏବଂ ଡିଜାରେ ଏ. େଓ୍ଵବଷ୍ଟାର୍‌(୨୦)ଙ୍କୁ ଏହି ନିଶାଦ୍ରବ୍ୟ ଚାଲାଣ କାରବାର ଅଭିଯୋଗରେ ପୁଲିସ୍‌ ଗିରଫ କରିଛି।

ଦେଶର ହାଇଓ୍ଵଏ ଉପରେ ଏହି ଦୁଇ ଅଭିଯୁକ୍ତ ଯାଉଥିବା ସମୟରେ ସାଓ୍ଵନ ପୁଲିସ୍‌ ତାଙ୍କୁ ଅଟକାଇ ଗିରଫ କରିଛି। େଓ୍ଵବଷ୍ଟାର୍‌ କାର ଚଳାଉଥିଲେ। ପୁଲିସ୍‌ ସାଥିରେ ନେଇ ଯାଇଥିବା କୁକୁରୁ ଡ୍ରାଇଭର୍‌ ସିଟ୍‌ ଆଡ଼େ ଯିବାରୁ ପନୁଲିସ୍‌କୁ ସନ୍ଦେହ ହୋଇଥିଲା ଓ ସେ େଓ୍ଵବଷ୍ଟାର୍‌ଙ୍କୁ ଧରିବାରେ ସମର୍ଥ ହୋଇଥିଲା।

ପୁଲିସ୍‌ ଜଣେ ଅଧିକାରୀଙ୍କୁ ଏହି ଘଟଣାର ତଦନ୍ତ କରିବାକୁ ଦେଇଥିଲା। ଅଧିକାରୀ ଜକ ପୁଲିସ୍‌କୁ ଜଣାଇଥିଲେ ଯେ େଓ୍ଵବଷ୍ଟାର୍‌ଙ୍କ ଗୁପ୍ତାଙ୍ଗରେ ନିଶାଦ୍ରବ୍ୟ ରହିଛି। ତା’ପରେ େଓ୍ଵବଷ୍ଟାର୍‌ଙ୍କୁ ସିଟି ସ୍କାନ୍‌ ପାଇଁ ହସ୍ପିଟାଲ୍‌କୁ ନିଆଯାଇଥିଲା। ସ୍କାନ୍‌ରୁ ଜାଣିବାକୁ ମିଳିଲା ଯେ ମହିଳା ନିଜ ଗୁପ୍ତାଙ୍ଗରେ ଏକ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ରଖିଥିଲେ ବୋଲି।

ମହିଳାଙ୍କର ସେହି ବ୍ୟାଗ୍‌ ମଧ୍ୟରେ ୩୬.୬୭ ଗ୍ରାମ୍‌ର କେକେନ୍‌, ୧୪.୭୨ ଗ୍ରାମ ମେଥ୍‌, ୨୭.୮୦ ଗ୍ରାମ୍‌ ସିନ୍ଥେଟିକ୍‌ େଓ୍ଵଡ୍‌, ୬ ଏମ୍‌ଡିଏମ୍‌ଏ ଏବଂ ୧.୨୬ ଗ୍ରାମ ଗଞ୍ଜେଇ ଜବତ ହୋଇଛି।

ସମ୍ବନ୍ଧିତ ଖବର