ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଫତେହପୁର ଜିଲ୍ଲା ଗାଜିପୁର ଥାନା ଅଞ୍ଚଳସ୍ଥ ଇଣ୍ଡିବା ଗ୍ରାମରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୁଲିସ ଚାଲାଣ କାଟିବା ପରେ ରାଗରେ ବିଜୁଳି ବିଭାଗ କର୍ମଚାରୀଙ୍କ ପୁଲିସ ଷ୍ଟେସନର ବିଦ୍ୟୁତ କାଟ କରି ଦେଇଥିଲେ।
ଜୟପ୍ରକାଶ ଗାଜିପୁର ବିଜୁଳି ପାୱର ସବ ଷ୍ଟେସନରେ ଅପରେଟର ଭାବେ କାମ କରନ୍ତି। ଡିୟୁଟିରେ ବ୍ରେକ ସମୟରେ ସେ ଖାଇବା ପାଇଁ ଘରକୁ ଯାଇଥିଲେ। ଖାଇ ସାରି ଘରକୁ ଫେରୁଥିବା ବେଳେ ଗାଜିପୁର ଛକ ନିକଟର ପୁଲିସ ଦୁଇଚକିଆ ଗାଡ଼ିଗୁଡ଼ିକର ତନଖି କରୁଥିଲା। ଏହି ସମୟରେ ଜୟ ପ୍ରକାଶଙ୍କ ହେଲମେଟ ନଥିବା ହେତୁ ପୁଲିସ ଚାଲାଣ କାଟି ଦେଇଥିଲା।
ଜୟପ୍ରକାଶ ପୁଲିସକୁ ଚାଲାଣ ନକାଟିବା ପାଇଁ ଅନେକ ଅନୁରୋଧ କରି କହିଥିଲେ, ‘ମୁଁ ବିଜୁଳି ବିଭାଗରେ ଅଛି। ମୋର ଚାଲାଣ କାଟ ନାହିଁ। କିନ୍ତୁ ପୁଲିସ କହିଥିଲା ମୋ ଦୃଷ୍ଟିରେ ସମସ୍ତେ ସମାନ।’
ଏହି ଘଟଣା ପରେ ଜୟପ୍ରକାଶ ରାଗରେ ଥାନାରେ ପହଞ୍ଚି ପୁଲିସ ବିଭାଗର ବକେୟା ଥିବା ବିଜୁଳି ବିଲ ସମ୍ପର୍କରେ ସୂଚନା ଏକାଠି କରିଥିଲେ। ଏହାପରେ ଲାଇନମ୍ୟାନକୁ ଡକାଇ ବିଜୁଳି ସେବା କାଟି ଦେଇଥିଲେ। ଏହି ଘଟଣା ପରେ ଗାଜିପୁର ଥାନା ଅନ୍ଧାର ହୋଇଯାଇଥିଲା। ପରେ ଉପରସ୍ଥ ଅଧିକାରୀ ଓ ପ୍ରଶାସନ ବୁଝାମଣାରେ ପୁଲିସ ଷ୍ଟେସନରେ ବିଜୁଳି ସେବା ଯୋଗାଇ ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/25/rjGHZxQPbxxQK8mUZbfH.jpg)