ରାୟବରେଲି: ରାୟବରେଲିର ଗନ୍ଦଗଞ୍ଜ ଥାନା କ୍ଷେତ୍ରରେ ଦିଅର ଦ୍ୱାରା ଭାଉଜ ଦୁଷ୍କର୍ମର ଶିକାର ହେବାର ଏକ ମାମଲା ସାମ୍ନାକୁ ଆସିଛି। ତେବେ ପୀଡ଼ିତା ଏହି ଅଭିଯୋଗ ନେଇ ପୁଲିସ ଷ୍ଟେସନ୍ରେ ପହଞ୍ଚିଥିଲେ। କିନ୍ତୁ ପୁଲିସ ଷ୍ଟେସନ୍ରେ ଥାନା ଅଧିକାରୀ ଯେଉଁ ବୟାନ ଦେଇଥିଲେ ତାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
/sambad/media/post_attachments/wp-content/uploads/2017/12/73414-wxlepjpnbj-1510300136-300x158.jpg)
ପୀଡିତାଙ୍କୁ ଥାନା ଅଧିକାରୀ କହିଥିଲେ, ଭାଉଜ ଓ ଦିଅର ମଧ୍ୟରେ ଏମିତି ତ ମଜାମସ୍ତି ଚାଲିଥାଏ। ଏନେଇ ମାମଲା ରୁଜୁ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କହି ପୀଡିତାଙ୍କ କୌଣସି ଅଭିଯୋଗ ସେ ଶୁଣି ନଥିଲେ। ଏହାପରେ ପୀଡିତା ଉଚ୍ଚ ଅଧିକାରୀଙ୍କ ପାଖକୁ ଦିଅରଙ୍କ ବିରୋଧରେ ଅଭିଯୋଗ ନେଇ ଯାଇଥିଲେ। ସେ ଯେତେବେଳେ ଏ ସମ୍ପର୍କରେ ଥାନା ଅଧିକାରୀଙ୍କୁ ପଚାରିଥିଲେ ସେ କହିଥିଲେ ଆମ ପାଖକୁ ସେମିତି କିଛି ଅଭିଯୋଗ ହିଁ ଆସିନାହିଁ।
/sambad/media/post_attachments/wp-content/uploads/2017/12/woman-silhouette_650x400_61480558806-300x185.jpg)
ଥାନା ଅଧିକାରୀଙ୍କ କହିବାନୁସାରେ, ଏଭଳି ଘଟଣା କେବଳ ସମ୍ପତ୍ତି ମାମଲାକୁ ନେଇ ସୃଷ୍ଟି ହୋଇଛି। ଏଥିପାଇଁ ଭାଇଭାଇ ମଧ୍ୟରେ ଅନେକ ଥର ମତାନ୍ତର ଓ ଗଣ୍ଡଗୋଳ ହେବାର ଦେଖିବାକୁ ମିଳିଛି। ଏମିତିକି ଥାନା ପର୍ଯ୍ୟନ୍ତ ମଧ୍ୟ କଥା ପହଞ୍ଚିଛି। ତେବେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଯଦି ପୀଡିତାଙ୍କ ଅଭିଯୋଗ ସତ୍ୟ ପ୍ରମାଣିତ ହେଲା ତେବେ ଦୋଷୀଙ୍କୁ ନିଶ୍ଚୟ ଦଣ୍ଡ ମିଳିବ ବୋଲି ସେ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/rapevictim-18-1513602184.jpg)