ରାୟପୁର: ଧନୀ ଯୁବକମାନଙ୍କୁ ଫ୍ରେମ ଫାଶରେ ଫସାଇ ହୋଟେଲକୁ ନେଇ ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିଦେବା ଧମକ ଦେଇ ଲକ୍ଷଲକ୍ଷ ଟଙ୍କା ଲୁଟୁଥିବା ଏକ ଯୁବତୀ ଲୁଟେରା ଗ୍ୟାଙ୍ଗକୁ ପୁଲିସ ଠାବ କରିଛି। ଏହି ଗ୍ୟାଙ୍ଗର ଜଣେ ଯୁବତୀ ଓ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି। ଏହି ଗ୍ୟାଙ୍ଗ୍ର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଯୁବତୀ ସହିତ ଅନ୍ୟ ୩/୪ ଜଣ ଫେରାର ହୋଇ ଯାଇଛନ୍ତି। ପ୍ରଥମେ ମୋବାଇଲ ଫୋନକୁ ମିସ କଲ। ମିସ କଲରୁ ଫୋନରେ କଥାବାର୍ତ୍ତା। ତାପରେଏମ ଏମ ଏସ ଓ ହ୍ଵାଟ୍ସଆପ୍ରେ ମେସେଜ୍। ବନ୍ଧୁତ୍ୱ ଗାଢ଼ ହୋବ ପରେ ହୋଟେଲକୁ ଡକରା। ହୋଟେଲରେ ପହଞ୍ଚିବା ପରେ ଯୁବତୀ ଜଣକ ଆଗନ୍ତୁକଙ୍କ ସହିତ ଅନ୍ତରଙ୍ଗ ହେବା ଓ ଏହି ସମୟର ଭଡ଼ିଓ ଉତ୍ତୋଳନା କରିନିଏ ଅନ୍ୟ ଜଣେ ସହଯୋଗୀ। ତାର କିଛି ଦିନ ପରେ ଆରମ୍ଭ ହୁଏ ବ୍ଲାକ୍ ମେଲିଂ। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରି ଦେବାର ଭୟ ଦେଖାଇ ଧନୀ ଯୁବକମାନଙ୍କ ଠାରୁ ଆଦାୟ କରନ୍ତି ଲକ୍ଷ ଲକ୍ଷ ଟଙ୍କା। ଛତିଶଗଡ଼ର ରାଜଧାନୀ ରାୟପୁରରେ ପୁଲିସ ଏପରି ଏକ ବଡ଼ ଗ୍ୟାଙ୍ଗକୁ ଧରବାରେ ସଫଳ ହୋଇଛି।
/sambad/media/post_attachments/wp-content/uploads/2018/01/Blackmail_1-300x202.jpg)
ରାୟପୁର ସହରର ଉପାନ୍ତ ଭାଟପରା ଟାଉନସିିପ୍ ଅଞ୍ଚଳରେ ଏକ ଗ୍ୟାଙ୍ଗ ଧନୀ ଯୁବକମାନଙ୍କୁ ଫସାଇ ସେମାନଙ୍କ ଭିଡିଓ ଛତ୍ତୋଳନ କରି ବ୍ଲାକମେଲିଂ କରୁଥିବା ପରି ଏକ ଘଟଣା ଏବେ ପଦାକୁ ଆସିଛି। ତଦନ୍ତକାରୀ ଇନସପେକ୍ଟର ଆର କେ ସାହୁଙ୍କ ଠାରୁ ପ୍ରକାଶ ଯେ, ଜିତେନ୍ଦ୍ର ଜୈନ ନାମକ ଜଣେ ଯୁବକ ଅଭିଯୋଗ କରିଥିଲେ ଯେ ତାଙ୍କୁ ଜଣେ ଯୁବତୀ ୨ ଲକ୍ଷ୍ୟ ଟଙ୍କା ଦେବା ପାଇଁ ବ୍ଲାକ୍ ମେଲିଂ କରୁଛନ୍ତି। ଏହି ଘଟଣାର ତଦନ୍ତ ଆରମ୍ଭ କଲା ପରେ ଏହା ପଛରେଏକ ଗ୍ୟାଙ୍ଗ୍ କାମ କରୁଥିବା ଜଣାପଡ଼ିଥିଲା। ଯୋଜନା ଅନୁଯାୟୀ, ଗ୍ୟାଙ୍ଗ୍ର ୩/୪ ଜଣ ଯୁବତୀ ସହରର ଧନୀ ବ୍ୟକ୍ତିମାନଙ୍କ ମୋବାଇଲ ଫୋନ ସଂଗ୍ରହ କରି ମିସ୍ କଲ କରନ୍ତି। ମିସ୍ କଲର ଜବାବ ଆସିବା ପରେ ପ୍ରେମପୂର୍ଣ୍ଣ କଥା ହି ସମ୍ପୃକ୍ତ ଯୁବକଙ୍କ ସହିତ ବନ୍ଧୁତା କରିଥାନ୍ତି। ପରେ ସମ୍ପୃକ୍ତ ଯୁବକଙ୍କ ପାଖକୁ ଏମଏମଏସ ଓ ହ୍ଵ୍ଵାଟ୍ସ ଆପ୍ରେ ଫଟୋ, ମେସେଜ ପଠାଇ ବନ୍ଧୁତ୍ୱକୁ ଗାଢ଼ କରିଥାନ୍ତି। କିଛି ଦିନ ଏହିପରି ଚାଲିବା ପରେ ଯୁବକମାନଙ୍କୁ ଏକାନ୍ତରେ ମିଶିବା ପାଇଁ ହୋଟେଲକୁ ଡାକନ୍ତି। ଯୁବକ ଜଣକ ହୋଟେଲରେ ପହଞ୍ଚିବା ପରେ ତାଙ୍କ ସହିତ ଅନ୍ତରଙ୍ଗ ହୋଇ ଉଠନ୍ତି ଯୁବତୀ। ଆଉ ଏହି ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଉତ୍ତୋଳନ କରିନିଏ ଯୁବତୀଙ୍କ ଅନ୍ୟ ଜଣେ ସହଯୋଗୀ। ତାପରେ ଆରମ୍ଭ ହୁଏ ଯୁବକଙ୍କୁ ବ୍ଲାକ୍ ମେଲିଂ। ଯଦି ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଯୁବକ ଜଣକ ନ ଦିଅନ୍ତି, ତେବେ ତାଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ସୋସିଆଲ ମିଡିଆରେ ଛାଡ଼ି ଦିଆଯିବ ବୋଲି ଧମକ ଦିଅନ୍ତି।
ତେବେ ଏହି ପରି ଏକ ଧମକ ଜିତେନ୍ଦ୍ର ଜୈନଙ୍କୁ ଦିଆଯିବା ପରେ ସେ ପୁଲିସକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ପୁଲିସ ଚଢ଼ାଉ କରି ଶ୍ୱେତା ସୋନୀ ନାମକ ଜଣେ ଯୁବତୀ ଓ ଜଣେ ଯୁବକଙ୍କୁ ଗିରଫ କରିଛି। ଯେଉଁ ‘ସାହାନାଇ’ହୋଟେଲରେ ଏହି ଆପତ୍ତିଜନକ ଭିଡ଼ିଓ ଉତ୍ତୋଳନ କରାଯାଇଥିଲା, ସେଠାକୁ ଯାଇ ମଧ୍ୟ ପୁଲିସ ତଦନ୍ତ କରିଛି। ଏହି ଗ୍ୟାଙ୍ଗରେ ଆହୁରି ୩/୪ ଜଣ ଯୁବତୀ ଓ ଯୁବକ ସମ୍ପୃକ୍ତ ଥିବା ବେଳେ ଏହି ଗ୍ୟାଙ୍ଗକୁ ଜଣେ ଯୁବତୀ ପରିଚାଳନା କରୁଥିଲେ ଓ ସେ ଏବେ ଫେରାର ହେଇଯାଇଥିବା ଶ୍ରୀ ସାହୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Blackmail_Woman-to-Man.jpg)