ମିଛ କନିଆ ସାଜିି ୧୧ ଜଣଙ୍କୁ ଲୁଟିଲେ ଯୁବତୀ

ରୁର୍‌କି: ସବୁ ମିଛ। ବାପା ମିଛ। ଭାଇ ମିଛ। ମାମୁଁ ମିଛ। କନିଆ ମିଛ। ଏପରିକି ବାହାଘର ବି ମିଛି। କେବଳ ସତ ହେଉଛି ଏହିପରି ମିଛ ବାହାଘର ଦ୍ୱାରା କେତେକ ଧନୀ ବ୍ୟକ୍ତି ହରାଇଛନ୍ତି ଘରର ଦାମୀ ଅଳଙ୍କାର, ଟଙ୍କା, ମୂଲ୍ୟବାନ ସାମଗ୍ରୀ। ତେବେ ଜଣକୁ ନୁହେଁ ,ଏହି ମିଛ ବାହାଘର ଓ ମିଛ କନିଆ ସାଜି ଯୁବତୀ ଜଣକ ୧୧ ଜଣଙ୍କୁ ଲୁଟିବା ପରେ ଏବେ ପୁଲିସ ହାତରେ ଧରାପଡ଼ିଛନ୍ତି। କେବଳ ଯୁବତୀ ନୁହଁନ୍ତି ତାଙ୍କ ବାପା, ଭାଇ ଓ ମାମୁଁ ଭୂମିକାରେ ଅଭିନୟ କରି ଲୋକଙ୍କୂୁ ବୋକା ବନାଇଥିବା ଅନ୍ୟ ୩ ଜଣଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ସେମାନଙ୍କଠାରୁ ନଗଦ ୩୫ ହଜାର ଟଙ୍କା ସହିତ ବହୁ ପରିମାଣର ସୁନାରୁପା ଅଳଙ୍କାର ପୁଲିସ ଜବତ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ,ଉତ୍ତରପ୍ରଦେଶ ଜୁଆନପୁର ପୂଜା ଓରଫ ରୀତା (୨୪ ବର୍ଷ) ନିଜର ସହଯୋଗୀ ମୁକେଶ ସିଂହ,ଭୋପାଲ ସିଂହ ଓ ଅରୁଣଙ୍କୁ ନେଇଏକ ଗ୍ୟାଙ୍ଗ ଗଠନ କରିଥିଲେ। ସେମାନେ ବିଭିନ୍ନ ମାଟ୍ରିମୋନିଆଲ ସାଇଟ୍‌କୁ ଯାଇ ଧନୀ ଭିନ୍ନକ୍ଷମ ଯୁବକ,, ସମ୍ଭ୍ରାନ୍ତ ଅଥଚ ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ଏକୁଟିଆ ରହୁଥିବା ଯୁବକମାନଙ୍କୁ ଟାର୍ଗେଟ କରୁଥିଲେ। ପରେ ତାଙ୍କ ସହିତ ଯୋଗାଯୋଗ କରି ସେମାନେ ବେଶ ଗରିବ ବୋଲି ନିଜକୁ ପ୍ରଦର୍ଶିତ କରୁଥିଲେ। ବିନାଯୋଯତୁକରେ ଓ ନିରାଡମ୍ବର ଭାବେ ବାହାଘର କରିବାକୁ ସେମାନେ ବରଘର ଉପରେ ଯୋର ଦେଉଥିଲେ।ଥରେ ବାହାଘର ସ୍ଥିର ହୋଇଗଲେ ସେମାନେ ବରପକ୍ଷଙ୍କ ଠାରୁ ବିବାହ ପୂର୍ବ ଖର୍ଚ୍ଚ ପାଇଁ କିଛି ଟଙ୍କା ଆଣୁଥିଲେ। ଆଉ ବିବାହ ଛୋଟ ମନ୍ଦର, ଆଶ୍ରମରେ ନଚେତ ଚୁପ୍‌ଚାପ କୋର୍ଟରେ କରି ଦେଉଥିଲେ। ତାପରେ ବିବାହ ଦିନ ରାତିରେ ସମ୍ପୃକ୍ତ ଯୁବକଙ୍କ ଘରୁ ସମସ୍ତ ସୁନାରୁପା ଅଳଙ୍କାର, ଟଙ୍କା, ଲାପଟପ ଓ ଅନ୍ୟାନ୍ୟ ମୁଲ୍ୟବାନ ସାମଗ୍ରୀ ଧରି ବିଳମ୍ବିତ ରାତିରେ ଘରୁ ଛୁ ମାରୁଥିଲେ। ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଓ ହରିଆନାରେ ଏହିପରି ୧୦ଜଣ ଲୋକଙ୍କୁ ଠକିବା ପରେ ସେମାନେ ହରିଦ୍ୱାରର କଲିୟାର ଅଞ୍ଚଳର ଧାନୁରି ଗାଁର ଅଶୋକ କୁମାର ନାମକ ଜଣେ ଯୁବକଙ୍କୁ ଟାର୍ଗେଟ କରି ତାଙ୍କର ସମସ୍ତ ସମ୍ପତ୍ତି ଲୁଟି ଫେରାର ହୋଇଯାଇଥିଲେ। ତେବେ ଅନ୍ୟମାନଙ୍କ ପରି ଅଶୋକ ଚୁପ୍‌ ନବସି ଏ ନେଇ ଥାନାେରେ ଅଭିଯୋଗ କରିବା ପରେ କଥା ପଦାକୁ ଆସିଥିଲା। ପୁଲିସ ଏକ୍‌ ସ୍କ୍ଵାଡ୍‌ ଗଠନ କି ରୀତା ଓରଫ ପୂଜା ସହିତ ତାର ଅନ୍ୟ ୩ ଜଣ ସହଯୋଗୀଙ୍କୁ ଗିରଫ କରିଥିଲା। ଗିରଫ ପରେ ଅଭିଯୁକ୍ତମାନେ ସମାନ ଢ଼ଙ୍ଗରେ ଇତିମଧ୍ୟରେ ୧୧ ଜଣଙ୍କୁ ଠକି ସାରିଥିବା ସ୍ୱୀକାର କରିଛନ୍ତି।

ସମ୍ବନ୍ଧିତ ଖବର