ଭିଜିଲାନ୍ସ ଜାଲରେ ପୁଲିସ ଅଧିକାରୀ

ବାଲେଶ୍ବର: ଏକ ମାମଲାରେ ହାଇକୋର୍ଟରେ ଜାମିନ୍‌ ସତ୍ତ୍ବେ ବି ଗିରଫ କରିବାର ଧମକ ଦେଇ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବାଲେଶ୍ବର ଟାଉନ ଥାନା ଏଏସ୍‌ଆଇ ନରହରି ମହାଳିକ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହାପରେ ଭିଜିଲାନ୍ସର ଦୁଇଟି ଟିମ୍‌ ଟାଉନ ଥାନା ଓ ଶ୍ରୀ ମହାଳିକଙ୍କ ବ‌ାସଭବନରେ ଚଢ଼ଉ କରି ବିଭିନ୍ନ କାଗଜପତ୍ର ଓ ବ୍ୟାଙ୍କ ବାଲାନ୍ସ ଯାଞ୍ଚ୍‌ କରିଛି। ଏନେଇ ବାଲେଶ୍ବର ଭିଜିଲାନ୍ସ ଥାନାରେ ମାମଲା ରୁଜୁ କରି ନରହରିଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର