ମଦ ପିଇ ବୁଲିବା ଏବଂ ଅସଦାଚରଣ ନ କରିବାକୁ ତାଗିଦ୍‌ କରିଥିଲେ ପୁଲିସ୍‌ କର୍ମଚାରୀ, ଘରକୁ ଫେରୁଥିବା ବେଳେ ପିଟି ପିଟି ହତ୍ୟା କଲେ ୩ ଦୁର୍ବୃତ୍ତ

ମୁମ୍ବାଇ : ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ଘଟିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନିଶାଗ୍ରସ୍ତ ଥିବା ୩ ଜଣ ଯୁବକ ଜଣେ ପୁଲିସ କର୍ମଚାରୀ ଘରକୁ ଫେରୁଥିବା ବେଳେ ତାଙ୍କୁ ଲୁହା ରଡ଼ରେ ପିଟି ହତ୍ୟା କରିଥିବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମୃତ ପୁଲିସ କର୍ମଚାରୀ ଅଭିଯୁକ୍ତମାନଙ୍କୁ ଅଧିକ ରାତି ପର୍ଯ୍ୟନ୍ତ ବାହାରେ ବୁଲିବା ଏବଂ ମହିଳାଙ୍କୁ ଅସଦାଚରଣ କରିବାକୁ ମନା କରିଥିବାରୁ ସେମାନେ ଏଭଳି କାଣ୍ଡ ଭିଆଇ ଥିବା ଜଣାପଡ଼ିଛି ।

Zocalo Public Square

ସୂଚନା ମୁତାବକ, ସହାୟକ ସବ୍‌ଇନ୍‌ସ୍ପେକ୍ଟର ଶାନ୍ତିଲାଲ ପଟେଲ ରାତିରେ ପାଟ୍ରୋଲିଂ ଡ଼ିୟୁଟି କରିବା ପରେ ବାଇକ୍‌ରେ ଘରକୁ ଫେରୁଥିଲେ । ଏହି ସମୟରେ ୩ ଅଭିଯୁକ୍ତ ଶାନ୍ତିଲାଲଙ୍କୁ ଅଟକାଇ ଲୁହା ରଡ଼ରେ ମାଡ଼ ମାରିଥିଲେ । ମାଡ଼ ପରେ ଶାନ୍ତିଲାଲ ତଳେ ପଡ଼ି ଯାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଡ଼ାକ୍ତରଖାନା ନେଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ଘଟଣାରେ ସଂପୃକ୍ତ ଥିବା ୩ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର