ହନିପ୍ରୀତଙ୍କୁ ଦିଲ୍ଲୀରେ ଖୋଜୁଛି ହରିୟାନା ପୁଲିସ

ନୂଆଦିଲ୍ଲୀ: ସ୍ୱାଧୀ ଦୁଷ୍କର୍ମ ମାମଲାରେ ଜେଲରେ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମଙ୍କ ବିବାଦୀୟ ପାଳିତ କନ୍ୟା ହନିପ୍ରୀତ ଇନ୍‌ସାନଙ୍କୁ ଧରିବା ପାଇଁ ହରିୟାନା ପୁଲିସ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଛି। ଗତକାଲି ଦିଲ୍ଲୀ ହାଇକୋର୍ଟରେ ଆଗୁଆ ଜାମିନ ଆବଦେନ କରିଥିବା ହନିପ୍ରୀତ ଦିଲ୍ଲୀରେ ଥିବା ସମ୍ପର୍କରେ ସୂଚନା ପାଇ ହରିୟାନା ପୁଲିସ ଏହି ଚଢ଼ାଉକୁ ଜୋରଦାର କରିଛି।
ହନିପ୍ରୀତ ବିରୋଧରେ ଗିରଫ ପରଓ୍ଵାନା ଜାରି କରିବା ପରେ ପଞ୍ଚକୁଳା ପୁଲିସ ଗ୍ରେଟର କୈଳାଶ ଅଞ୍ଚଳରେ ଥିବା ଏକ କୋଠାରେ ଚଢ଼ାଉ କରିଥିଲା। ମାତ୍ର ସେଠାରେ ହନିପ୍ରୀତଙ୍କୁ ପାଇ ନ ଥିଲା।
ସୂଚନାଯୋଗ୍ୟ ଯେ ରାମ ରହିମଙ୍କୁ ଜେଲ ଦଣ୍ଡାଦେଶ ଦିନପଞ୍ଚକୂଳାରେ ଯେଉଁ ହିଂସାକାଣ୍ଡ ଘଟିଥିଲା, ଏଥିରେ ହରିୟାନା ପୁଲିସ ୪୩ ଜଣିଙ୍କ ନାମରେ ଓ୍ଵାଣ୍ଟେଡ ତାଲିକା ପ୍ରସ୍ତୁତ କରିଛି। ସେଥିରେ ହନିପ୍ରୀତ ଇନସାନ ଓରଫ ପ୍ରୀୟଙ୍କା ତନେଜାର ନାମ ସବା ଉପରେ ରହିଛି।

ସମ୍ବନ୍ଧିତ ଖବର