ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଗତ ସୋମବାର ରାତିରେ ଜଣେ ଯୁବକଙ୍କ ହାଏଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା। ରାଜନୀକାନ୍ତ ବିନ୍ଦ ନାମକ ବ୍ୟକ୍ତି ହାତରେ ପତକା ଧରି ଯମୁନା ନଦୀ ପୋଲର ଖମ୍ବ ଉପରେ ଚଢ଼ି ଯାଇଥିଲେ। ରାଜନୀକାନ୍ତଙ୍କୁ ଏହି ଖମ୍ବ ଉପରୁ ଓହ୍ଲାଇବା ପାଇଁ ପୁଲିସ ଓ ପ୍ରଶାସନକଙ୍କୁ ନାକେଦମ୍‌ ହେବାକୁ ପଡ଼ିଥିଲା। ଶେଷରେ ତିନିଦିନ ପରେ ଖମ୍ବ ଉପରୁ ରଜନୀକାନ୍ତଙ୍କୁ ଓହ୍ଲାଇବା ପାଇଁ ବାରାଣାସୀରୁ ଏକ ସ୍ୱତନ୍ତ୍ର କ୍ରେନ୍‌ ମଗାଯାଇଥିଲା। ଯାହା ଜରିଆରେ ତାଙ୍କୁ ଖମ୍ବରୁ ତଳକୁ ଓହ୍ଲା ଯାଇଥିଲା। ରଜନୀକାନ୍ତ ଶାନ୍ତିଭଙ୍ଗ କରିଥିବା ନେଇ ମାମଲା ରୁଜୁ ହୋଇଛି।

Advertisment

publive-image

ରଜନୀକାନ୍ତ ଗତ ସୋମବାର ବିଳମ୍ବିତ ରାତରେ ଏକ ପତକା ଧରି ଯମୁନା ନଦୀ ପୋଲର ଖମ୍ବ ଉପରେ ଚଢ଼ି ଯାଇଥିଲେ। ଏବଂ ଲୁହାରେ ବନ୍ଧା ଥିବା ଏକ କାଗଜ ଫର୍ଦ୍ଦ ପୁଲିସ ପାଖକୁ ପଠାଇଥିଲେ। ଯେଉଁଥିରେ ଲେଖାଥିଲା କି ଯେପର୍ଯ୍ୟନ୍ତ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ସହିତ ଇସ୍ରୋର ସମ୍ପର୍କ ନହୁଏ, ସେ ପର୍ଯ୍ୟନ୍ତ ସେ ସେହିଠାରେ ହିଁ ରହି ଚନ୍ଦ୍ର ଦେବତାଙ୍କୁ ପ୍ରାର୍ଥନା କରିବେ। ତାଙ୍କର ଏଭଳି ଡ୍ରାମା ଦେଖି ସ୍ଥାନୀୟଲୋକ, ପୁଲିସ ଓ ପ୍ରଶାସନ ଅନେକ ବୁଝାଇବାକୁ ଚେଷ୍ଟା କରି ତଳକୁ ଓହ୍ଲାଇ ଆସିବାକୁ କହିଥିଲେ। କିନ୍ତୁ ସେ କାହାରି କିଛି କଥା ନଶୁଣି ସେଭଳି ଖମ୍ବ ଉପରେ ବସି ରହିଥିଲେ।