ନୂଆଦିଲ୍ଲୀ: ଗତ ସପ୍ତାହରେ ନିରୁଦ୍ଦିଷ୍ଟ ହୋଇଥିବା ଏଚ୍ଡିଏଫ୍ସି ବ୍ୟାଙ୍କ୍ର ଉପାଧ୍ୟକ୍ଷ ସିଦ୍ଧାର୍ଥ ସାଙ୍ଗ୍ଓ୍ଵିଙ୍କ ଶବ ସୋମବାର ଦିନ ପୁଲିସ ଉଦ୍ଧାର କରିଛି।
ଦିନକ ତଳେ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ସର୍ଫରଜ ଶେଖ୍ଙ୍କୁ ପୁଲିସ ଗିରଫ କରିଛି ଏବଂ ସାଙ୍ଗ୍ଓ୍ଵିଙ୍କ ହତ୍ୟାକାରୀଙ୍କୁ ଧରିବାକୁ ଅଧିକ ତଦନ୍ତ ଚାଲିଥିବା କଥା ପୁଲିସ କହିଛି।
ସେପ୍ଟେମ୍ବର ୫ ତାରିଖ ଦିନ କମଳା ମିଲ୍ସ୍ ଅଫିସ୍ରୁ ଅଣଚାଳିଶ ବର୍ଷିୟ ସାଙ୍ଗ୍ଓ୍ଵି ନିରୁଦ୍ଦେଶ ହୋଇ ଯାଇଥିଲେ। ସେପ୍ଟେମ୍ବର ୬ ତାରିଖ ଦିନ କୋପାର ଖୈରାନେ ଅଞ୍ଚଳରୁ ତାଙ୍କ କାର୍ ମିଳିଥିଲା।
ଗିରଫ ହେବା ପେର ଶେଖ୍ ସ୍ୱୀକାର କରିଥିଲା କି, ହତ୍ୟାକାରୀଙ୍କ ତରଫରୁ ସେ ସାଙ୍ଗ୍ଓ୍ଵିଙ୍କ ଶବକୁ କଲ୍ୟାଣ ରାଜପଥ ନିକଟରେ ଫିଙ୍ଗି ଦେଇଥିଲା।
ଏହାଛଡ଼ା ଲୋଓର୍ ପାରେଲ୍ ଅନ୍ତର୍ଗତ ଏନ୍ଏମ୍ ଜୋଷୀ ମାର୍ଗ ପୁଲିସ ଜଣେ ମହିଳାଙ୍କ ସମେତ ଆହୁରି ୪ ଜଣଙ୍କୁ ଅଟକ ରଖିଛି। ସେମାନଙ୍କର ପରିଚୟ ପ୍ରଦାନ କରାଯାଇ ନାହିଁ। ପ୍ରାଥମିକ ସୂଚନା ଅନୁସାରେ, ବୃତ୍ତିଗତ ଈର୍ଷା ସାଙ୍ଗଓ୍ଵିଙ୍କୁ ହତ୍ୟା କରାଯିବାର କାରଣ ହୋଇଥାଇ ପାରେ।