ପିଲା ଚୋରି କରିବା ପରେ ମା’ ହୋଇଥିବା କହି ଗାଁରେ ମିଠା ବାଣ୍ଟିବା କିନ୍ନରଙ୍କୁ ମହଙ୍ଗା ପଡ଼ିଲା

ଲକ୍ଷ୍ମୌ: ଉତ୍ତରପ୍ରଦେଶର ହାପୁଡ଼ ଜିଲ୍ଲାର ଏକ ଗ୍ରାମରେ ପୁଲିସ ପିଲା ଚୋରି ଅଭିଯୋଗରେ ଜଣେ କିନ୍ନର ଓ ତାର ସାଥୀଙ୍କୁ ଗିରଫ କରିଛି।

କିନ୍ନର ଓ ତାର ସାଥୀ ଗତ ଶନିବାର ଏକ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରୁ ତିନିଦିନର ଶିଶୁକୁ ଚୋରାଇ ନେଇଥିଲେ। ଏହି ଚୋରି ଘଟଣା ସାମ୍ନାକୁ ଆସିବା ପରେ ୧୦ ଘଣ୍ଟା ମଧ୍ୟରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ନେଇଥିଲା। ଅଭିଯୁକ୍ତଙ୍କ ପରିଚୟ ବିଜୟ ଓରଫ ରାହୁଲ ଓ ପ୍ରିନ୍ସ ନାମରେ ହୋଇଛି। ବିଜୟ ଜଣେ କିନ୍ନର ବୋଲି କୁହାଯାଉଛି। ବିଜୟ ପୂର୍ବରୁ ନିଜକୁ ଅନ୍ତସତ୍ତ୍ବା ମହିଳା ବୋଲି କହୁଥିଲେ। ଶିଶୁକୁ ଚୋରି କରିବା ପରେ ନିଜ ଗ୍ରାମ ଛାଡ଼ିବା ସହିତ ତାଙ୍କର ପୁଅଟେ ହୋଇଛି ବୋଲି କହି ମିଠା ବି ବାଣ୍ଟିଥିଲେ।

ପ୍ରକାଶିତ ରିପୋର୍ଟ ମୁତାବକ, ଗତ ଗୁରୁବାର ମୁରାଦ ନଗରରେ ଏକ ସାମୁଦାୟିକ ସ୍ବାସ୍ଥ୍ୟ କେନ୍ଦ୍ରରେ ମିନୁ ନାମକ ଜଣେ ମହିଳା ଶିଶୁକୁ ଜନ୍ମ ଦେଇଥିଲେ। ଶନିବାର ସକାଳେ ଯେତେବେଳେ ମିନୁଙ୍କ ନିଦ ଭାଙ୍ଗିଥିଲା ସେ ତାଙ୍କ ପାଖରେ ତାଙ୍କ ଶିଶୁ ନଥିବା ଦେଖିବାକୁ ପାଇଥିଲେ। ଏହାପରେ ଦମ୍ପତ୍ତି ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ଆଇପିସି ଧାରା ୩୬୩ରେ ମାମଲା ରୁଜୁ କରି ଯାଞ୍ଚ କରିଥିଲା।

 

 

ସମ୍ବନ୍ଧିତ ଖବର