ଗୁରଦାସ୍‌ପୁର: ବଟାଲା ପୁଲିସର ଜଣେ ଏଏସ୍‌ଆଇଙ୍କ ହୋଟେଲ୍‌ରେ ଜଣେ ମହିଳାଙ୍କ ସହିତ ଅଶ୍ଳୀଳ ଭିଡିଓ ଭାଇରାଲ୍‌ ହୋଇଛି। ଏହି ଭିଡିଓ ଭାଇରାଲ୍‌ ହେଲାପରେ ପୁଲିସ୍‌ ବିଭାଗ ଉପରେ ଚଡ଼କ ପଡ଼ିଯାଇଛି। ଏଏସ୍‌ଆଇ ବିରୋଧରେ ମାମଲା ରୁଜୁ ହୋଇ ତାଙ୍କୁ କରି ଗିରଫ କରାଯାଇଛି।

Advertisment

ଭାଇରାଲ୍‌ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି କି, ପୁଲିସ ଏଏସ୍‌ଆଇଙ୍କ ସହିତ ଜଣେ ମହିଳା ଅଛନ୍ତି। ଯାହାଙ୍କୁ ମହିଳା ହୋମଗାର୍ଡ ବୋଲି କୁହାଯାଉଛି। କିନ୍ତୁ ପୁଲିସ ଅଧିକାରୀ ଉକ୍ତ ମହିଳାଙ୍କୁ ହୋମଗାର୍ଡ ଓ ପୁଲିସରେ ଥିବା ନେଇ ଅସ୍ୱୀକାର କରିଛନ୍ତି।

ଡିଏସ୍‌ପି ବିକେ ସିଙ୍ଗଲାଙ୍କ କହିବାନୁସାରେ, ପୁଲିସ ଏଏସ୍‌ଆଇଙ୍କ ଅଶ୍ଳୀଳ ଭିଡିଓ ସାମ୍ନାକୁ ଆସିବା ପରେ ଏଏସ୍‌ଆଇ ବବି ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କ ବିରୋଧରେ ଆଇଟି ଆକ୍ଟ ଓ ଆଶ୍ଳୀଳ ସିନେମା ବନାଇବା ନେଇ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି। ମାମଲାର ଯାଞ୍ଚ ଆରମ୍ଭ ହୋଇ ଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ।