ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଉତ୍ତରପ୍ରଦେଶର ଜଣେ ପୁଲିସକର୍ମଚାରୀ ଦ୍ବାରା ସାମ୍ବାଦିକଙ୍କୁ ମାଡ଼ ମାରିବାର ଭିଡିଓ ଭାଇରାଲ ହେବାରେ ଲାଗିଛି।
ଦାବି କରାଯାଉଛି କି ଏହି ଘଟଣା ଜୌନପୁରର ସୁରେରି ଥାନା ଅଞ୍ଚଳରେ ଘଟିଛି। ଜଣେ ସାମ୍ବାଦିକ କନଷ୍ଟେବଳଙ୍କୁ ନେମପ୍ଲେଟ ନଲଗାଇବାର କାରଣ ପଚାରିଥିଲେ। ଏଥିସହିତ ପୁଲିସକୁ କ’ଣ ଇଚ୍ଛା ହେଲେ ନେମପ୍ଲେଟ ଲଗାଇବ ନହେଲେ ନାହିଁ ବୋଲି ସାମ୍ବାଦିକ କହିଥିଲେ। ନେମପ୍ଲେଟ ବିନା ଖାକି ପୋଷାକ ପିନ୍ଧିଛ। ଆମେ ଆପଣଙ୍କ ଉପରେ କେମିତି ବିଶ୍ବାସ କରିବୁ। ଆପଣଙ୍କ ପରିଚୟ କ’ଣ କେମିତି ଜାଣିବୁ ବୋଲି ସାମ୍ବାଦିକ ଭାଇ ପ୍ରଶ୍ନ କରିଥିଲେ।
#Jounpur-साहब से नेम प्लेट की पूछा तो कान पर पड़ा जोरदार कंटाप,मामला जौनपुर के सुरेरी थाना क्षेत्र का है, @Uppolice@myogiadityanath@UPPViralCheckpic.twitter.com/uOSggnrjCE
— Vishu Raghav ( Tv journalist ) (@Vishuraghav9) September 3, 2024
ଏହି ଘଟଣାର ଭିଡିଓ ‘ଏକ୍ସ’ରେ ପୋଷ୍ଟ ହେବାପରେ ଲୋକେ ପ୍ରତିକ୍ରିୟା ଦେଇ ଉକ୍ତ ପୁଲିସକର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
ସେହିପରି ଅନ୍ୟ ଜଣେ ପ୍ରତିକ୍ରିୟା ଦେଇ କହିଛନ୍ତି,‘କ’ଣ ପୁଲିସକୁ ହାତ ଉଠାଇବାର ଅଧିକାର ଅଛି। ଯଦି ଜଣେ ସାମ୍ବାଦିକଙ୍କ ଉପରେ ପୁଲିସ କର୍ମଚାରୀ ଏଭଳି ଆକ୍ରମଣ କରି ପାରୁଛନ୍ତି। ତେବେ ସେ ସାଧାରଣଲୋକଙ୍କ ଉପରେ କିଭଳି ଅତ୍ୟାଚାର କରୁଥିବେ ତାହା ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଛି।’
ଏହି ଘଟଣା ସାମ୍ନାକୁ ଆସିବା ପରେ ଜୈନପୁର ପୁଲିସ ଘଟଣାର ଯାଞ୍ଚ କରୁଛି। ଯାଞ୍ଚ ଦ୍ବାୟିତ୍ବ ପୁଲିସ ଇନ୍ସପେକ୍ଟର ସବଇନ୍ସପେକ୍ଟରଙ୍କୁ ଦେଇଛନ୍ତି। ଏହି ଯାଞ୍ଚ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।