ଶାହଜହାପୁର: ୨୪ଘଣ୍ଟା ଜନତାଙ୍କ ସୁରକ୍ଷା କରିବାକୁ ନେଇ ଉତ୍ତରପ୍ରଦେଶ ପୁଲିସକୁ ସର୍ବଶ୍ରେଷ୍ଠ ପୁଲିସ ବୋଲି ଧରାଯାଇ ଥାଏ। ଯୋଗୀ ଶାସନରେ ରାଜ୍ୟରେ ପୁଲିସ ବହୁତ ସକ୍ରିୟ ବୋଲି ନିକଟରେ ଚର୍ଚ୍ଚାର ହୋଇଥିଲା। ତେବେ ଏହି କ୍ରମରେ ଏକ ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି, ଯାହା ଭାଇରାଲ ହୋଇଛି।
/sambad/media/post_attachments/wp-content/uploads/2018/10/fnnslkf-1539330745.jpg)
ପିସିଅାର୍ ଭ୍ୟାନରେ କାର୍ଯ୍ୟରତ ପୁଲିସକର୍ମୀଙ୍କୁ ଡିୟୁଟିରେ ଥିବା ସମୟରେ ଶୋଇ ରହିଥିବା ଦେଖିବାକୁ ମିଳିଛି। ପୁଲିସ ବାବୁଙ୍କ ଏହି ଫଟୋ ଓ ଭିଡିଓ ସାମ୍ନାକୁ ଆସିବା ପରେ ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେବା ଆରମ୍ଭ କରି ଦେଇଛନ୍ତି। ଭାଇରାଲ ହୋଇଥିବା ଏହି ଭିଡିଓ ରୋଜା ଅଞ୍ଚଳର ବୋଲି ଜଣାପଡ଼ିଛି।
ଏହି ହାଇେଓ୍ଵରେ ପିସିଅାର୍ ଭ୍ୟାନରେ ଥିବା ତିନିଜଣ ପୁଲିସକର୍ମୀ ନିଜ ଡିୟୁଟିରେ ଯାଇଥିଲେ। ତେବେ ଆପଣଙ୍କୁ ଜଣାଇ ରଖିବାକୁ ଚାହୁଁଛୁ ଯେ ଏହି ଅଞ୍ଚଳରେ ସର୍ବାଧିକ ଅପରାଧର ମାମଲା ସାମ୍ନାକୁ ଆସିଥାଏ। ତେବେ ଏଭଳି ପରିସ୍ଥିତିରେ ବି ଦେଖିବାକୁ ମିଳିଛିଗାଡ଼ିରେ ଥିବା ଚାଳକ ଓ ପୁଲିସ କର୍ମୀ ବହୁତ ଆରାମରେ ଚାଦର ଘୋଡାଇ ହୋଇ ବିଶ୍ରାମ ନେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/dslfn-1539330739.jpg)