ନୂଆଦିଲ୍ଲୀ: ଟ୍ରାଫିକ ନିୟମକୁ ଦିନକୁ ଦିନ କଡ଼ା କଡ଼ି କରାଯାଉଛି। ଗାଡ଼ି ଚଲାଇବା ସମୟରେ ତାହାର କାଗଜ ପତ୍ର ଠିକ ଥିବା ସହିତ ଚାରି ଚକିଆ ଗାଡ଼ିରେ ବସିଥିବା ବେଳେ ସିଟ ବେଲଟ ଓ ଦୁଇ ଚକିଆ ଯାନ ନେଇ ଯାଉଥିବା ବେଳେ ହେଲମେଟ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।

Advertisment

ଏହି ନିୟମ ଉଲଂଘନ କଲେ ମୋଟା ଅଙ୍କର ଜରିମାନା ପୁଲିସ ଲୋକଙ୍କ ଠାରୁ ଆଦାୟ କରି ନେଉଛି। ତେଣୁ ଲୋକେ ଗାଡ଼ି ଘରୁ ବାହାର କରିବା ପୂର୍ବରୁ ଏଦିଗ ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି। କିନ୍ତୁ ନିକଟରେ ଦୁଇଜଣ ମହିଳା ପୁଲିସ କର୍ମଚାରୀଙ୍କୁ ବିନା ହେଲମେଟରେ ଗାଡ଼ି ଚଲାଉଥିବା ଦେଖିବାକୁ ମିଳିଥିଲା। ଏହାର ଏକ ଫ‌ଟୋ ‌ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ଏହା ଭାଇରାଲ ହୋଇଥିଲା। ଏଥିସହିତ ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଫ‌ଟୋ ‌ ଦେଖି ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

ରାହୁଲ ବର୍ମନ ନାମକ ଜଣେ ଟୁଇଟର ବ୍ୟବହାରକାରୀ ଦୁଇଜଣ ମହିଳା ପୁଲିସ କର୍ମଚାରୀଙ୍କ ଫଟୋ ସେୟାର କରି ‘ଏମଏଚ୦୧ଇଡି୦୬୫୯’ଲେଖି ଟୁଇଟ କରିଛନ୍ତି।
ଏଥିସହିତ ପଚାରିଛନ୍ତି, କ’ଣ ହେବ ଆମେ ଯଦି ଏଭଳି ଗାଡ଼ି ଚଲାଇବୁ। କ’ଣ ଏହା ଯାତାୟାତ ନିୟମର ଉଲଂଘନ ନୁହେଁ କି?

ଏହି ଫଟୋକୁ ରାହୁଲ ବର୍ମନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଦେବେନ୍ଦ୍ର ଫଡର୍ଣ୍ଣାବିସ ଓ ମୁମ୍ବାଇ ପୁଲିସକୁ ଟ୍ୟାଗ କରିଛନ୍ତି।

ରାହୁଲଙ୍କ ଟୁଇଟର ଉତ୍ତର ଦେବାକୁ ଯାଇ ମୁମ୍ବାଇ ପୁଲିସ କମେଣ୍ଟରେ ସଠିକ ସ୍ଥାନ ବିଷୟରେ ପଚାରିଥିଲା। ଏହାର ଉତ୍ତରରେ ରାହୁଲ କହିଥିଲେ, ‘ଏହି ସ୍ଥାନ ହେଉଛି ଇଷ୍ଟର୍ଣ୍ଣ ଏକ୍ସପ୍ରେସ ହାଇୱେ’।