ବିଚ୍ଛେଦ ପରେ ପ୍ରେମିକାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରି ଦେଲା ପ୍ରେମିକ… ତା’ପରେ

ନୂଆଦିଲ୍ଲୀ: ନୋଏଡା ପୁଲିସ ରିଭେଞ୍ଜ ପର୍ଣ୍ଣ ମାମଲାରେ ପଶ୍ଚିମବଙ୍ଗରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଯୁବତୀଙ୍କ ପ୍ରେମିକ ଥିଲା। କିନ୍ତୁ, ବିଚ୍ଛେଦ ପରେ ପ୍ରତିଶୋଧ ନେବା ପାଇଁ ସେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲା।

West Bengal: East Midnapore Court Delivers Swiftest Judgment ...
India.com

ସୂଚନାଯୋଗ୍ୟ, ମାର୍ଚ୍ଚ ୩ ତାରିଖରେ ପୀଡିତା ନୋଏଡା ପୁଲିସକୁ ଅଭିଯୋଗ କରି କହିଥିଲେ କି, ତାଙ୍କର ଅଶ୍ଳୀଳ ଫଟୋ ଓ ଭିଡିଓକୁ ସୋସିଆଲ ସାଇଟ୍‌ ଯେମିତିକି ଫେସ୍‌ବୁକ୍‌, ଟୁଇଟର, ଇନ୍‌ଷ୍ଟାଗ୍ରାମ୍‌ ଓ ଅନେକ ପର୍ଣ୍ଣ ସାଇଟ୍‌ରେ  ଅପଲୋଡ କରି ଭାଇରାଲ କରାଯାଉଛି। କେବଳ ଏତିକି ନୁହେଁ, ଅନେକ ୱେବ୍‌ସାଇଟରେ ପେଟିଏମ୍‌ ଜରିଆରେ ତାଙ୍କର ଅଶ୍ଳୀଳ ଫଟୋ ଓ ଭିଡିଓକୁ ବିକ୍ରି ବି କରାଯାଉଛି।

ପୀଡିତାଙ୍କ ଏହି ଅଭିଯୋଗ ମୁତାବକ ନୋଏଡା ପୁଲିସ ଏକ ମାମଲା ରୁଜ୍ଜୁ କରି ଯାଞ୍ଚ ଆରମ୍ଭ କରିଥିଲା। ଯାଞ୍ଚ ପରେ ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣେ ଯୁବକକୁ ଏବେ ପଶ୍ଚିମବଙ୍ଗରୁ ଗିରଫ କରିଛି।

Man getting 5 years in jail for sharing nude video of ex shows ...
DailyO

ଗିରଫ ଅଭିଯୁକ୍ତର ପୀଡିତାଙ୍କ ସହିତ ଗତ ୪ରୁ ୫ବର୍ଷ ହେବ ପ୍ରେମ ସମ୍ପର୍କ ରହିଥିଲା। କିନ୍ତୁ କିଛିଦିନ ତଳେ ଦୁହିଁଙ୍କ ମଧ୍ୟରେ ବିଚ୍ଛେଦ ହୋଇଯାଇଥିଲା। ପୀଡିତା ବି ଯୁବକଙ୍କ ସହିତ ସମ୍ପର୍କ କାଟି କଥାବାର୍ତ୍ତା ବନ୍ଦ କରି ଦେଇଥିଲେ। ଏଥିରେ ଉକ୍ତ ଯୁବକ ପ୍ରେମିକାଙ୍କ ଉପରେ ପ୍ରତିଶୋଧ ନେବାକୁ ଯାଇ ତାଙ୍କର ଅଶ୍ଳୀଳ ଭିଡିଓ ଓ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିଥିବା ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର