ନୂଆଦିଲ୍ଲୀ : ନୂଆଦିଲ୍ଲୀର ନାଗ୍ଲୋଇରେ ଘଟିଛି ଏକ ଅଭାବନୀୟ ଘଟଣା । ମଜା କରୁ କରୁ ଜଣଙ୍କ ପାଇଁ ତାହା ସଜା ପାଲଟି ଯାଇଛି । ଏକ ପ୍ଲାଇଉଡ଼ କାରଖାନାରେ କାମ କରୁଥିବା କିଛି କର୍ମଚାରୀ ମଜାରେ ମଜାରେ ଜଣେ ଯୁବକଙ୍କ ମଳଦ୍ୱାରରେ ଗ୍ୟାସ୍ ପାଇପ୍ ଭର୍ତ୍ତି କରି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି ।
ଏହି ଘଟଣା ଘଟିବା ପରେ ତାଙ୍କୁ ତୁରନ୍ତ କାରଖାନାର ଡ଼ିସପେନ୍ସରିକୁ ନିଆ ଯାଇଥିଲା । ଧୀରେ ଧୀରେ ତାଙ୍କ ଅବସ୍ଥା ଖରାପ ହେବାରୁ ତାଙ୍କୁ ସରକାରୀ ଡ଼ାକ୍ତରଖାନାକୁ ନିଆ ଯାଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଏ ନେଇ ପୁଲିସକୁ ସୂଚନା ଦିଆଯିବା ପରେ ଏହି ଘଟଣାରେ ସାମିଲ ଥିବା ଅଭିଯୁକ୍ତକୁ ଗିରଫ କରିଛି ପୁଲିସ ।
/sambad/media/post_attachments/wp-content/uploads/2018/03/prank_with_air_jet_goes_wrong_man_loses_life_1521265595-300x186.jpg)
ସଚନା ମୁତାବକ, ଗୁରୁବାର ମୃତ ରବୀନ୍ଦ୍ର ଚିରି ଯାଇଥିବା ଟ୍ରାଉଜର ପନ୍ଧି ଥିବାରୁ ଅନ୍ୟ ସାଥୀମାନେ ତାଙ୍କୁ ଥଟ୍ଟା କରିଥିଲେ କିନ୍ତୁ ରବୀନ୍ଦ୍ର ସେମାନଙ୍କ କଥା ନ ଶୁଣି ନିଜ କାମ କରିଥିଲେ । ସବୁବେଳେ ସେ ଫଟା ଟ୍ରାଉଜର ପିନ୍ଧି ଆସୁଥିବାରୁ ଆପରାହ୍ଣ ୪ଟାରେ ଏୟାରଜେଟ୍ ବ୍ୟବହାର କରି କାଠ କାଟୁଥିବା ଯୁବକ ଜଣଙ୍କ ହଠାତ ରବୀନ୍ଦ୍ରଙ୍କ ବେକକୁ ତଳକୁ ନୂଆଁଇ ତାଙ୍କ ମଳଦ୍ୱାରରେ ଏୟାର ପାଇପ୍ ଭର୍ତ୍ତି କରି ଦେଇଥିଲେ ।
ସଙ୍ଗେ ସଙ୍ଗେ ତାଙ୍କର ଶରୀର ଫୁଲିଯିବା ସହ କିଛି ସମୟ ମଧ୍ୟରେ ରବୀନ୍ଦ୍ର ତଳେ ପଡ଼ି ଯାଇଥିଲେ । ସଙ୍ଗେ ସଙ୍ଗେ ସେଠାରେ ଉପସ୍ଥିତ କର୍ମଚାରୀମାନେ ରବୀନ୍ଦ୍ରଙ୍କୁ ଡ଼ାକ୍ତରଖାନା ନେଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।