୧୦୦୦ଟଙ୍କା ଚୋରି କରିଥିବା ଯୁବକକୁୁ  ପିଟିବା ସହ ଲଣ୍ଡା କରି ବୁଲାଇଲେ ସ୍ଥାନୀୟ ଲୋକ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଏଟିଏମ୍‌ରୁ ବାହାରୁ  ଥିବା ଜଣେ ମହିଳାଙ୍କ ପାଖରୁ ୧୦୦୦ ଟଙ୍କା ଚୋରି କରିଥିବାରୁ ଅଭିଯୁକ୍ତଙ୍କୁ ପିଟିବା ସହ ଲଣ୍ଡା କରି ବୁଲାଇଛନ୍ତି ସ୍ଥାନୀୟଲୋକ। ଦୁର୍ଭାଗ୍ୟଜନକ କଥା ହେଉଛି ଏହି ଘଟଣା ସମୟରେ ସ୍ଥାନୀୟ ପୁଲିସ ସେଠାରେ ଉପସ୍ଥିତ ରହିବା ସହ ସମସ୍ତ ଘଟଣା କେବଳ ଅନୁଧ୍ୟାନ କରୁଥିଲା ।

oneindia.com

ସୂଚନା ମୁତାବକ , ପ୍ରତାପଗଡ଼ର ଲାଲଗଞ୍ଜଠାରେ ଆଜି ସକାଳେ ଜଣେ ମହିଳା ଏଟିଏମରୁ ଟଙ୍କା ବାହାର କରି ବାହାରୁଥିଲେ। ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଦୁଇଜଣ ଚୋର ସୋନୁ ଏବଂ ରାଜକମଲ ମହିଳାଙ୍କ ହାତରୁ ୧୦୦୦ଟଙ୍କା ଝିଙ୍କି ନେଇ ଦୌଡ଼ି ପଳାଇବା ପାଇଁ ଚେଷ୍ଟା କରିଥିଲେ। ଏହାପରେ ସେଠାରେ  ଉପସ୍ଥିତ ଥିବା ସ୍ଥାନୀୟ ଲୋକ ଚୋରଙ୍କୁ ଠେଙ୍ଗାରେ ମାରିବା ସହ ଲଣ୍ଡା କରି ସଂପୂର୍ଣ୍ଣ ସହର ସାରା ବୁଲାଇଥିଲେ । ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ଉପସ୍ଥିତ ଥିଲେ ମଧ୍ୟ ଲୋକଙ୍କ ଅମାନୁଷିକ କାଣ୍ଡକୁ ବିରୋଧ କରି ନ ଥିଲେ । ସ୍ଥାନୀୟ ବାସିନ୍ଦା ବିଗତ କିଛିଦିନରୁ ହେଉଥିବା ଚୋରିରୁ ଚିନ୍ତାରେ ଥିଲେ ଏଣୁ ହାତରେ ଚୋର ଆସିଥିବାରୁ ସେମାନେ ନିଜର କ୍ରୋଧ ଏପରି ଶାନ୍ତ କରିଥିଲେ ।

ସମ୍ବନ୍ଧିତ ଖବର