ପ୍ରୟାଗରାଜ: ଆଜି ପ୍ରତ୍ୟୁଷରେ ଉତ୍ତର ପ୍ରଦେଶର ପ୍ରୟାଗରାଜ ଜିଲ୍ଲାରେ ଜଣେ ୨ ବର୍ଷୀୟ ବାଳିକା ସମେତ ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଛି।
ଖ୍ବାଜପୁର ଅଞ୍ଚଳରେ ନିହତ ହୋଇଥିବା ଉକ୍ତ ବ୍ୟକ୍ତିମାନେ ହେଉଛନ୍ତି ୫୫ ବର୍ଷିୟ ରାମ କୁମାର, ୫୨ ବର୍ଷୀୟ କୁସୁମ ଦେବୀ, ୨୫ ବର୍ଷୀୟ ଝିଅ ମନୀଷା, ୨୭ ବର୍ଷୀୟ ବୋହୂ ସବିତା ଏବଂ ୨ ବର୍ଷୀୟ ନାତୁଣୀ ମୀନାକ୍ଷି।
ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ଗରମ ଯୋଗୁଁ ଅଗଣାରେ ଶୋଇଥିବା ବେଳେ ଅଜ୍ଞାତ ଆତତାୟୀମାନେ ପରିବାରର ସଦସ୍ୟମାନଙ୍କୁ ହତ୍ୟା କରିଛନ୍ତି।
Image Courtesy of India.comଘରୁ ଧୂଆଁ ଉଠୁଥିବା ଦେଖି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିବା ପରେ ହତ୍ୟାକାଣ୍ଡ ବିଷୟରେ ଜାଣିବାକୁ ପାଇଥିଲେ।
ପୁଲିସ କହିଛି, ୫ ବର୍ଷୀୟ ସାକ୍ଷୀ ନାମରେ ଆଉ ଜଣେ ନାତୁଣୀ ରକ୍ଷା ପାଇଯାଇଛି। ହତ୍ୟାକାଣ୍ଡ ସମୟରେ ଘରେ ଉପସ୍ଥିତ ନ ଥିବା ଯାଦବଙ୍କ ୩୦ ବର୍ଷିୟ ପୁଅ ସୁନୀଲ ତଦନ୍ତରେ ସହାୟତା କରୁଛନ୍ତି। ବ୍ୟବଚ୍ଛେଦ ନିମନ୍ତେ ଶବଗୁଡ଼ିକୁ ଡାକ୍ତରଖାନା ପଠାଇ ଦିଆଯାଇଛି।
Image Courtesy of India Todayବରିଷ୍ଠ ପୁଲିସ ଅଧିକାରୀ ଅଜୟ କୁମାର କହିଛନ୍ତି, ମୃତ ବ୍ୟକ୍ତିମାନଙ୍କ ଶବରେ ଥିବା କ୍ଷତ ଚିହ୍ନରୁ ଜଣାପଡୁଛି ଯେ, ସମସ୍ତଙ୍କ ମୁଣ୍ଡରେ ମାଡ଼ ହୋଇଛି। ଏହି ଜଘନ୍ୟ ଅପରାଧ କରିଥିବା ଅପରାଧୀମାନଙ୍କୁ ଧରିବା ପାଇଁ ୭ଟି ଟିମ୍ ଗଠନ କରାଯାଇଛି। ଅପରାଧୀଙ୍କ ସନ୍ଧାନ ପାଇବା ପାଇଁ ଘଟଣାସ୍ଥଳକୁ ସନ୍ଧାନୀ କୁକୁର ଏବଂ ଫରେନ୍ସିକ୍ ବିଶେଷଜ୍ଞମାନଙ୍କୁ ଅଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/5-People-Killed-From-a-Single-Family-in-Prayagraj_Murder_Thumbnail.jpg)