ହିମାଚଳ ପ୍ରଦେଶ: ପଡ଼ିଆରେ ଚରିବାବେଳେ ବିସ୍ଫୋରକ ଫୁଟି ଛିଡ଼ିଗଲା ଗର୍ଭିଣୀ ଗାଈର ମାଢ଼ି

ବିଳାସପୁର: ହିମାଚଳ ପ୍ରଦେଶର ବିଳାସପୁର ଜିଲ୍ଲା ଅନ୍ତର୍ଗତ ଝାନ୍ଦୁତା ଅଞ୍ଚଳରେ ବିସ୍ଫୋରକ ଦ୍ବାରା ପଡ଼ିଆରେ ଚରୁଥିବା ଗୋଟାଏ ଗର୍ଭିଣୀ ଗାଈର ମାଢ଼ି ଛିଡ଼ାଇ ଦିଆଯାଇଥିବା ଅଭିଯୋଗ ହୋଇଛି।

ଏହି ଗାଈର କ୍ଷତ ଦୃଶ୍ୟ ଥିବା ଭିଡିଓ ଏବେ ଭାଇରାଲ୍ ହୋଇଛି। ଗାଈଟିର ପାଟିରୁ ଧାର ଧାର ହୋଇ ରକ୍ତ ବୋହୁଥିବାର ଦେଖାଯାଉଛି। ଭିଡିଓରେ ଗାଈର ମାଲିକ ଗୁରଦିଆଲ୍ ସିଂହ ସରକାରୀ କର୍ତ୍ତୃପକ୍ଷଙ୍କ ଠାରେ ଦାବି କରିଛନ୍ତି ଯେ, ଅପରାଧୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ଗୁରଦିଆଲ୍ କହିଛନ୍ତି ଯେ ପଡ଼ୋଶୀ ନନ୍ଦଲାଲ୍ ଜାଣିଶୁଣି ତାଙ୍କ ଗାଈକୁ ଆହତ କରିଛି। ଏହି ଘଟଣା ପର ଠାରୁ ନନ୍ଦଲାଲ୍ ଫେରାର ହୋଇଯାଇଥିବା କଥା ସେ କହିଛନ୍ତି।

ଘଟଣାଟି ୧୦ ଦିନ ତଳେ ଘଟିଥିବା କଥା ପୁଲିସ କହିଛି। ଏ ମାମଲାରେ ପୁଲିସ ଜୀବ ନିଷ୍ଠୁରତା ଆଇନ୍ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ବୋଲି କହିଛି।

ଏଠାରେ ଉଲ୍ଲେଖଯୋଗ୍ୟ କି, ସପୁରିରେ ବାଣ ପୂରାଯାଇ ଗୋଟାଏ ହାତୀର ମୃତ୍ୟୁର କାରଣ ହେବା ଘଟଣା ଏବେ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର