ହରିୟାଣା: ନୁହ ଜିଲ୍ଲା ଅନ୍ତର୍ଗତ ମେଓ୍ଵାତ୍ ନଗରୀରେ ୮ ଜଣ ବ୍ୟକ୍ତି ଗୋଟାଏ ଗର୍ଭିଣୀ ଛେଳି ସହ ଦୁଷ୍କର୍ମ କରିଛନ୍ତି ବୋଲି ଅଭିଯୋଗ ଆସିଛି।
୮ ଜଣଙ୍କ ଦୁଷ୍କର୍ମର ସରବ୍ୟ ହୋଇଥିବା ଛେଳିଟିର ମୃତ୍ୟୁ ଘଟିଛି।
୮ ଜଣଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ୩ ଜଣଙ୍କୁ ଚିହ୍ନଟ କରାଯାଇଛି।
ମିଳିଥିବା ଖବର ଅନୁସାରେ, ୮ ଅଭିଯୁକ୍ତ ମଦୁଆ ଓ ନିଶା ଔଷଧ ବେସନକାରୀ ବୋଲି ବିଶ୍ୱାସ କରାଯାଉଛି। ଗୋଟିଏ ପରିତ୍ୟକ୍ତ ଘରେ ସେମାନେ ଛେଳିଟି ସହ ଦୁଷ୍କର୍ମ କରିଥିଲେ। ପରେ ପରେ ସେ ଛେଳିଟି ମରିଯାଇଥିଲା।
ଗୁରୁବାର ଦିନ ଏ ସଂକ୍ରାନ୍ତରେ ଛେଳିର ମାଲିକ ଅସ୍ଲୁ ନାଗିନ୍ ଥାନାରେ ଅଭିଯୋଗ ଦାଏର କରିବା ପରେ ଭାରପ୍ରାପ୍ତ ଅଧିକାରୀ ଏସ୍ଆଇ ରାଜବୀର ବୟାନ ରେକର୍ଡ କରିଛନ୍ତି। ଯେଉଁ ଆଠ ଜଣ ଛେଳି ଚୋରାଇ ନେଇ ତା’ ସହ ଦୁଷ୍କର୍ମ କରିଥିଲେ ସେମାନଙ୍କ ନାଁ ମଧ୍ୟ ଅସ୍ଲୁ ଉଲ୍ଲେଖ କରିଥିଲେ।
ପେଟା ଇଣ୍ଡିଆର ଇମର୍ଜେନ୍ସି ରେସ୍ପନ୍ସ୍ କୋଅର୍ଡିନେଟର୍ ମିତ୍ ଅସ୍ହର୍ ସାମାଜିକ ଗଣମାଧ୍ୟରେ ଲେଖିଛନ୍ତି: ଆଇପିସି ଧାରା ୩୪, ୩୭୭, ୪୨୯ ଏବଂ ପ୍ରିଭେନ୍ସନ୍ ଅଫ୍ କ୍ରୁଏଲ୍ଟି ଟୁ ଆନିମଲ୍ସ୍ ଆକ୍ଟ ୧୯୬୦ର ଧାରା ୧୧ (୧) (ଏ) ଏବଂ (ଆଇ) ଆଧାରରେ ଏଫ୍ଆଇଆର୍ ପଞ୍ଜିକରଣ କରାଯାଇଛି।
ଅସହର୍ ଆହୁରି ଲେଖିଛନ୍ତି ଯେ ସେ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍, ନୁହ ଓ ନାଗିନ୍ ଥାନାର ଏସ୍ଏଚ୍ଓ ଙ୍କ ସହ ସମ୍ପର୍କ ରଖିଛନ୍ତି। ପଶୁଙ୍କ ଉପରେ ଯୌନ ଅତ୍ୟାଚାର ବୃଦ୍ଧି ପାଉଛି ବୋଲି ମଧ୍ୟ ସେ ଉଲ୍ଲେଖ କରିଛନ୍ତି।
ଛେଳିର ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି।