ଗର୍ଭବତୀ ମହିଳାଙ୍କୁ ଏଚଆଇଭି ସଂକ୍ରମିତ ରକ୍ତ ଦିଆଯିବା ମାମଲା: ରକ୍ତଦାନ କରିଥିବା ଯୁବକଙ୍କ ହସ୍‌ପିଟାଲରେ ହେଲା ମୃତ୍ୟୁ

ମଧୁରାଇ: ତାମିଲନାଡୁର ମଦୁରାଇରେ ଗତ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା। ଏଠାରେ ଜଣେ ଏଚଆଇଭି ସଂକ୍ରମିତ ଯୁବକଙ୍କ ରକ୍ତ ଗର୍ଭବତୀ ମହିଳାଙ୍କ ଶରୀରରେ ଚଢ଼ା ଯିବା ପରେ ରକ୍ତଦାନ କରିଥିବା ଉକ୍ତ ଯୁବକଙ୍କ ରକ୍ତ ଏଚଆଇଭି ସଂକ୍ରମିତ ବୋଲି ଜଣାପଡ଼ିଥିଲା । ଏହି ରକ୍ତ ଗର୍ଭବତୀ ମହିଳାଙ୍କ ଶରୀରରେ ଦିଆଯିବା ଫଳରେ ଉଭୟ ମା’ ଓ ଶିଶୁ ଏଚଆଇଭି ସଂକ୍ରମିତ ହୋଇଥିଲେ।

ଏହି ଘଟଣାକୁ ସମ୍ପର୍କରେ ଯୁବକ ଜାଣିବା ପରେ ଡିସେମ୍ବର ୨୬ରେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁୁରୁତର ଅବସ୍ଥାରେ ତାଙ୍କୁ ରାମନାଥପୁରମ୍‌ ସରକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଶୋଚନୀୟ ହେବାରୁ ତିନିଦିନ ତଳେ ସରକାରୀ ରାଜାଜି ହସ୍‌ପିଟାଲ (ଜିଆରଏଚ)ରେ ଭର୍ତ୍ତି କରାଯାଇଥିଲା। ସେଠାରେ ରବିବାର ଯୁବକଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ଏହି ଯୁବକଙ୍କ ଘର ରାମନାଥପୁରମ ଜିଲ୍ଲାର କମୁଦି ନିକଟସ୍ଥ ତିରୁଚିଲୁଓ୍ଵପୁରମର ବୋଲି ଜଣାପଡ଼ିଛି।

ଏହି ଘଟଣା ପ୍ରଘଟ ହେବା ସମଗ୍ର ରାଜ୍ୟରେ ଥିବା ରକ୍ତଭଣ୍ଡାରରେ ଥିବା ରକ୍ତନମୁନା ଯାଞ୍ଚ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ତେବେ ଘଟଣାରେ ଉକ୍ତ ମହିଳା ଓ ତାଙ୍କ ସ୍ୱାମୀ ଡାକ୍ତର, ନର୍ସ ଓ ରକ୍ତଭଣ୍ଡାର କର୍ମଚାରୀଙ୍କ ନାମରେ ଅଭିଯୋଗ ଆଣିଥିଲେ। ତେବେ ମହିଳାଙ୍କ ଶରୀରରେ ଏଚଆଇଭିର ଜୀବାଣୁ ପ୍ରଭାବ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା ଚାଲିଛି । ଏହି ଘଟଣାକୁ ନେଇ ଏକ ସରକାରୀ ହସ୍ପିଟାଲ ଅଧୀନରେ ଥିବା ବ୍ଲଡବ୍ୟାଙ୍କର ୩ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ବିଜୟ ଭାସ୍କର ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର