ସ୍ୱାମୀଙ୍କ ବାଟକୁ ଚାହିଁ ବସିଥିବା ଗର୍ଭବତୀ ମହିଳା ହେଲେ ଗଣଦୁଷ୍କର୍ମର ଶିକାର

କୋଲକାତା: ପଶ୍ଚିମବଙ୍ଗର ଆସୋନସୋଲ୍‌ର ଇଣ୍ଡଷ୍ଟ୍ରିଆଲ୍‌ ଟାଉନ୍‌ଠାରେ ନିଜ ବାସଭବନରେ ତାଙ୍କ ସ୍ୱାମୀଙ୍କୁ ଅପେକ୍ଷା କରିଥିବା ଚାରି ମାସର ଗର୍ଭବତୀ ଥିବା ଜଣେ ମହିଳାଙ୍କୁ ତିନି ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଶୁକ୍ରବାର ଅଭିଯୋଗ ହୋଇଛି।

୨୭ ବର୍ଷୀୟା ଏହି ମହିଳା ଜଣକ ବୁଧବାର ରାତିରେ ନିଜ ଘରେ ଏକାକିନୀ ଥିଲେ। ତିନି ଜଣ ବ୍ୟକ୍ତି ଆସି ତାଙ୍କ ଦୁଆର ଖଟଖଟ କରିଥିଲେ। ତାଙ୍କ ସ୍ୱାମୀ ଘରକୁ ଆସିଥିବା ଭାବି ମହିଳା ଜଣକ କବାଟ ଖୋଲି ଦେଲେ। ସେମାନେ ଘରକୁ ପଶି ମହିଳାଙ୍କୁ ଦୁଷ୍କର୍ମ କରିଥିବା ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି।

ଜଣେ ଗାଡ଼ି ମେକାନିକ୍‌ ଭାବେ କାର୍ଯ୍ୟ କରୁଥିବା ମହିଳାଙ୍କ ସ୍ୱାମୀ ଯେବେ ଘରକୁ ଫେରିଲେ ସେତେବେଳେ ଦେଖିବାକୁ ପାଇଲେ ଯେ ମହିଳା ଜଣକ ଅସଞ୍ଜତ ଅବସ୍ଥାରେ ତଳେ ପଡ଼ିଥିଲେ। ଏହି ଘଟଣା ଘଟିବା ପରେ ଏକ ଗଣଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଜାଣିବାକୁ ମିଳିଛି ଯେ ଦୁଷ୍କର୍ମକାରୀଙ୍କ ମଧ୍ୟରେ ଜଣେ ସେହି ସ୍ଥାନୀୟ ଲୋକ। ମହିଳା ଜଣକ ତିନି ଜଣଙ୍କ ମଧ୍ୟରୁ ଜଣଙ୍କୁ ଚିହ୍ନିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଚିହ୍ନି ନାହାନ୍ତି ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର