ପ୍ରେମିକାଙ୍କୁ ମାରି ମନ୍ଦିର ପାଖ ନର୍ଦ୍ଦମାରେ ଫିଙ୍ଗିଦେଲେ ପୂଜକ

ସରୁର୍‌ନଗର: ଜଣେ ମହିଳାଙ୍କୁ ମାରି ତେଲେଙ୍ଗାନାର ସରୁର୍‌ନଗରସ୍ଥିତ ରେଜିଷ୍ଟ୍ରାର୍‌ଙ୍କ କାର୍ଯ୍ୟାଳୟ ପଛରେ ଥିବା ନର୍ଦ୍ଦମାରେ ଫିଙ୍ଗି ଦେଇଥିବା ଅଭିଯୋଗରେ ଆୟାଗାରି ସାଇକୃଷ୍ଣ ନାମରେ ଜଣେ ବିବାହିତ ପୂଜକଙ୍କ ନାମରେ ମାମଲା ରୁଜୁ କରାଯାଇଛି।

ନିଜେ ସାଇକୃଷ୍ଣ ଉକ୍ତ ମହିଳା ନିରୁଦ୍ଦିଷ୍ଟ ହୋଇଯାଇଥିବା ଅଭିଯୋଗ ଫାଇଲ୍‌ କରିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ଅଭିଯୋଗରେ ସେ ଉଲ୍ଲେଖ କରିଥିଲେ ଯେ, ଭଦ୍ରାଚଳମ୍‌ ଯିବାକୁ ଯୋଜନା କରିଥିବା କୁରୁଗାନ୍ତି ଅପ୍ସରା ନାମକ ଉକ୍ତ ମହିଳାଙ୍କୁ ସେ ଶାମ୍‌ଶାବାଦ ବସ୍‌ ଷ୍ଟାଣ୍ଡ୍‌ରେ ଛାଡ଼ି ଆସିଥିଲେ। ମେ ୩ ତାରିଖରୁ ସେ ନିରୁଦ୍ଦିଷ୍ଟ ହୋଇଯାଇଛନ୍ତି ଓ ସେବେଠାରୁ ସେ ଆଉ କାହାରି ଫୋନ୍‌ ରିସିଭ୍‌ କରୁନାହାନ୍ତି। ମହିଳାଜଣକ ତାଙ୍କର ଝିଆରୀ ହେବେ ବୋଲି ଅଭିଯୋଗରେ ସାଇକୃଷ୍ଣ ଉଲ୍ଲେଖ କରିଥିଲେ।

Image Courtesy of The Munsif Daily

ତଦନ୍ତ ପ୍ରକ୍ରିୟାରେ ‘ସିସିଟିଭି’ ଓ ଅନ୍ୟାନ୍ୟ ପ୍ରଯୁକ୍ତିଗତ ତଥ୍ୟାବଳି ତଲାସ କରିବା ପରେ ସାଇକୃଷ୍ଣଙ୍କ ଉପରେ ପୁଲିସର ସନ୍ଦେହ ହୋଇଥିଲା।  ପଚରା ଉଚରା କରାଯିବାରୁ ସାଇକୃଷ୍ଣ ଅପରାଧ ସ୍ବୀକାର କରିବା ସହିତ ଅପ୍ସରାଙ୍କୁ ହତ୍ୟା କରିଥିବା କଥା କହିଥିଲେ।

ପୁଲିସ କହିବା ଅନୁସାରେ, ସାଇକୃଷ୍ଣ ବିବାହିତ ଓ ଦୁଇ ପିଲାଙ୍କ ବାପ। ଅପ୍ସରାଙ୍କ ସହିତ ତାଙ୍କର ପରକୀୟା ପ୍ରୀତି ଥିଲା। ଅପ୍ସରା ବାହା ହେବାକୁ ଅଡ଼ି ବସିବାରୁ ସାଇକୃଷ୍ଣ ତାଙ୍କୁ ହତ୍ୟା କଲେ।

Image Courtesy of India Today

ଶାମ୍‌ଶାବାଦ୍‌ରେ ସାଇକୃଷ୍ଣ ଅପ୍ସରାଙ୍କୁ ହତ୍ୟା କରି ଖଣ୍ଡେ ପ୍ଲାଷ୍ଟିକ୍‌ରେ ଜରିରେ ଗୁଡ଼ାଇ ସରୁର୍‌ନଗରକୁ ନେଇ ଆସିଥିଲେ। ତା’ପରେ ସେ ପୂଜା କରୁଥିବା ମନ୍ଦିର ପାଖରେ ଥିବା ରେଜିଷ୍ଟ୍ରାର୍‌ଙ୍କ କାର୍ଯ୍ୟାଳୟ ପଛପଟ ନର୍ଦ୍ଦମା ‘ମ୍ୟାନ୍‌ହୋଲ୍‌’ରେ ଅପ୍ସରାଙ୍କ ଶବକୁ ପକାଇ ଦେଇଥିଲେ।

ସମ୍ବନ୍ଧିତ ଖବର