ଈଶ୍ୱରଙ୍କ ଆଦେଶ କହି ୮ ଜଣ ମହିଳାଙ୍କୁ ଦୁଷ୍କର୍ମ କଲା ପାଦ୍ରୀ, ୧୫ ବର୍ଷ ଜେଲଦଣ୍ଡ

ସିଓଲ: ଦକ୍ଷିଣ କୋରିଆରେ ଜଣେ ଦୁଷ୍କର୍ମକାରୀ ପାଦ୍ରୀଙ୍କୁ ସ୍ଥାନୀୟ ଏକ ଅଦାଲତ ୧୫ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି। ପାଦ୍ରୀ ଜଣକ ଭଗବାନଙ୍କ ଆଦେଶ ପାଳନ କରିବାକୁ ହେବ କହି ୮ ଜଣ ମହିଳାଙ୍କୁ ଦୁଷ୍କର୍ମ କରିଥିଲା। ସମସ୍ତ ପୀଡ଼ିତାମାନେ ବିଶାଳ ଚର୍ଚ୍ଚରେ ସେବିକା ଭାବରେ କାମ କରୁଥିଲେ। ରିପୋର୍ଟ ଅନୁସାରେ ଲି-ଜେ ରକ୍‌ ନାମରେ ୭୫ ବର୍ଷିଅ ପାଦ୍ରୀ ଈଶ୍ୱରଙ୍କ ଆଦେଶ କହି ମହିଳାଙ୍କୁ ଦୁଷ୍କର୍ମ କରୁଥିଲା।

ଅନ୍ୟପକ୍ଷରେ ମହିଳାମାନେ ମଧ୍ୟ ପାଦ୍ରୀଙ୍କୁ ଈଶ୍ୱରଙ୍କ ଅବତାର ଭାବୁଥିଲେ ଏବଂ ସବୁ କଥା ପାଳନ କରୁଥିଲେ। ବିଶାଳ ଚର୍ଚ୍ଚକୁ ପାଦ୍ରୀ ନିଜର ୧୨ ଜଣ ଅନୁଗାମୀଙ୍କ ସହିତ ମିଶି ୧୯୮୨ରେ ପ୍ରତିଷ୍ଠା କରିଥିଲେ। ପରେ ଏହା ବିଶାଳ ଚର୍ଚ୍ଚ ଭାବରେ ବିଶ୍ୱରେ ଜଣାଶୁଣା ହୋଇପାରିଛି। ବିଶ୍ୱର ବିଭିନ୍ନ ସ୍ଥାନରେ ଏହି ଚର୍ଚ୍ଚର ପାଖାପାଖି ୧୦,୦୦୦ ଶାଖା ରହିଛି।

ଅଦାଲତ ନିଜର ରାୟରେ କହିଛନ୍ତି, ପୀଡ଼ିତା ମହିଳାମାନେ ପାଦ୍ରୀଙ୍କ ଆଦେଶ ପାଳନ କରୁଥିଲେ। ସେମାନେ ଭାବୁଥିଲେ ଯେ, ପାଦ୍ରୀଙ୍କ ଆଦେଶ ପାଳନ କଲେ ତାଙ୍କୁ ମୁକ୍ତି ମିଳିବ। ସେମାନେ ଛୋଟ ସମୟରୁ ଏହି ଚର୍ଚ୍ଚକୁ ଆସୁଥିଲେ। ମହିଳାମାନଙ୍କ ଦୁର୍ବଳତାର ସୁଯୋଗ ନେଇ ପାଦ୍ରୀ ବିଭିନ୍ନ ସମୟରେ ଦୁଷ୍କର୍ମ କରୁଥିଲେ।

ସମ୍ବନ୍ଧିତ ଖବର