ଲକ୍ଷ୍ମୌ: ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲାର ପ୍ରାଇମେରି ସ୍କୁଲରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଚୋପନ ବ୍ଲକ୍ର ସଲଇବନଓ୍ଵା ପ୍ରାଥମିକ ସ୍କୁଲରେ ବୁଧବାର ଦିନ ଗୋଟିଏ ଲିଟର କ୍ଷୀରରେ ଗୋଟିଏ ବାଲଟି ପାଣି ମିଶାଇଥିଲା। ଏହାପରେ ଏହି ପାଣି ମିଶା କ୍ଷୀରକୁ ୮୦ଜଣ ପିଲାଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା। ଖବର ସାମ୍ନାକୁ ଆସିବାରେ ଏହି ଘଟଣାରେ ୨ଜଣକୁ ନିଲମ୍ବନ କରାଯାଇଛି।
Asst Basic Shiksha Adhikari, Sonbhadra: I am being told milk was unavailable, so they were directed by authority to mix water in it, in a balanced quantity. I'm also being told that teachers had gone to get more milk but meanwhile pictures were clicked & distributed them. (27.11) https://t.co/MSAr2rnoJIpic.twitter.com/Cej4TeEala
— ANI UP (@ANINewsUP) November 29, 2019
ସୋନଭଦ୍ରର ଚୋପନ ବ୍ଲକ୍ର ସଲଇବନଓ୍ଵା ପ୍ରାଥମିକ ସ୍କୁଲରେ ବୁଧବାର ମିଡ-ଡେ ମିଲର ମେନ୍ୟୁ ଅନୁସାରେ ପିଲାଙ୍କୁ ଖାଇବାକୁ ଦିଆଯାଇଥିଲା। ଏହି ସମୟରେ ପିଲାମାନଙ୍କୁ କ୍ଷୀର ପିଇବାକୁ ବି ଦିଆଯାଇଥିଲା। ସ୍କୁଲର ରୋଷେଇ କରୁଥିବା କର୍ମଚାରୀଙ୍କ କହିବାନୁସାରେ, ସେ ଗୋଟିଏ ଲିଟର କ୍ଷୀରରେ ଗୋଟିଏ ବାଲଟି ପାଣି ମିଶାଇ ଥିଲେ। ଏବଂ ଏହି ପାଣି ମିଶା କ୍ଷୀରକୁ ସେ ୮୦ଜଣ ପିଲାଙ୍କ ମଧ୍ୟରେ ବାଣ୍ଟିଥିବା ବି ସ୍ୱୀକାର କରିଥିଲେ।
ଏହି ଘଟଣା ସାମ୍ନାକୁ ଆସିବା ପରେ ଯାଞ୍ଚ କରିବା ପାଇଁ ଏବିଏସଏ ମୁକେଶ କୁମାର ପହଞ୍ଚିଥିଲେ। ଏବଂ ଭୁଲ ସୁଧାରିବା ପାଇଁ ପିଲାଙ୍କୁ ଦ୍ୱିତୀୟ ଥର କ୍ଷୀର ପିଇବାକୁ ଦିଆଯାଇଥିଲ।