ପୁଲିସ ଉପରେ ଆକ୍ରମଣ କରି ଖସିଯିବାକୁ ଚେଷ୍ଟା କରୁଥିବା ଦୁଷ୍କର୍ମ ଅଭିଯୁକ୍ତ ଗୁଳି ଚୋଟରେ ଆହତ

ବେଙ୍ଗାଲୁରୁ: ଦୁଷ୍କର୍ମ ଅଭିଯୁକ୍ତକୁ ଗୁଳି | ପୁଲିସ ଗିରଫ କରିବାକୁ ଯିବା ସମୟରେ ଖସି ପଳାଇବାକୁ ଚେଷ୍ଟା କରୁଥିବା ଜଣେ ଦୁଷ୍କର୍ମ ଅପରାଧୀକୁ ଗୁଳି କରିଛି ବେଙ୍ଗାଲୁରୁ ପୁଲିସ | ଅଭିଯୁକ୍ତ ଜଣେ ବାଂଲାଦେଶୀ ମହିଳାଙ୍କ ସହ ଦୁଷ୍କର୍ମ କରିବା ଅପରାଧର ଅପରାଧୀ ଥିଲା | ଏବେ ଗୁଳି ବାଜିଥିବାରୁ ତାର ଚିକିତ୍ସା ଚାଲିଥିବା ଜଣାପଡିଛି | ଏହା ପୂର୍ବରୁ ମୁଖ୍ୟ ଅଭିଯୁକ୍ତର ଦୁଇ ସହଯୋଗୀ ମଧ୍ୟ ଖସି ଯିବାକୁ ଚେଷ୍ଟା କରି ପୁଲିସ ଗୁଳିରେ ଆହତ ହୋଇଥିଲେ | ବାଂଲାଦେଶୀ ମହିଳାଙ୍କ ସହ ଦୁଷ୍କର୍ମ ମାମଲାରେ ଏପର୍ଯ୍ୟନ୍ତ ୧୦ଜଣଙ୍କୁ ଗିରଫ କରାଯାଇସାରିଛି ବୋଲି କହିଛି ପୁଲିସ |

ପୁଲିସର କହିବା ମୁତାବକ, ଆଜି ମୁଖ୍ୟ ଅଭିଯୁକ୍ତ ବିରୋଧରେ ସୂଚନା ମିଳିବା ପରେ ଆମେ ତାକୁ ଗିରଫ କରିବାକୁ ଯାଇଥିଲୁ | ପୁଲିସକୁ ଦେଖିବା ପରେ ସେ ଛୁରୀରେ ଆକ୍ରମଣ କରିବା ସହ ଖସି ପଳାଇବାକୁ ଚେଷ୍ଟା କରିଥିଲା | କିନ୍ତୁ ଆମେ ଗୁଳି ଚଳାଇବା ପରେ ତା ଦେହରେ ଗୁଳି ବାଜିବାରୁ ସେ ଖସି ଯାଇପାରିନଥିଲା | ଅଭିଯୁକ୍ତର ଗୋଡ଼ରେ ଆଘାତ ଲାଗିଥିବା ବେଳେ ଏବେ ଡାକ୍ତରଖାନାରେ ତାର ଚିକିତ୍ସା ଚାଲିଛି |

ସମ୍ବନ୍ଧିତ ଖବର