କଳାହାଣ୍ଡି: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇ ସ୍କୁଲ୍‌ ପ୍ରିନ୍ସିପାଲ୍‌ ଗିରଫ

କଳାହାଣ୍ଡି: ପଞ୍ଚମ ଶ୍ରେଣୀରେ ପଢୁଥିବା ଜଣେ ୧୦ ବର୍ଷୀୟା ଛାତ୍ରୀଙ୍କୁ କଳାହାଣ୍ଡିର ଏକ ସ୍କୁଲ୍‌ ପ୍ରିନ୍ସିପାଲ୍‌ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ତାଙ୍କୁ ଶନିବାର ଗିରଫ କରାଯାଇଛି। ପୀଡ଼ିତାଙ୍କ ବାପାମାଆ କରିଥିବା ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ପ୍ରଥମେ ନାବାଳିକାଙ୍କୁ ଡାକିଥିଲେ। ସେ ଯେଉଁ ସ୍କୁଲ୍‌ରେ ପ୍ରିନ୍ସିପାଲ୍‌ ନାବାଳିକା ଜଣକ ସେଠାରେ ପଢ଼ନ୍ତି। ସେ ରିସେସ୍‌ ସମୟରେ ନାବାଳିକା ପୀଡ଼ିତାଙ୍କୁ ଡାକି ତାଙ୍କ ଗୋଡ଼ ମୋଡ଼ିବାକୁ କହିଥିଲେ। କିଛି ସମୟ ପରେ ପ୍ରିନ୍ସିପାଲ୍‌ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିଲେ।

ପୀଡ଼ିତା ଜଣକ ଏସବୁ କଥା ଯାଇ ନିଜ ମାଆଙ୍କ ସମ୍ମୁଖରେ କହିବା ପରେ ଘଟଣାର ସାମ୍ନାକୁ ଆସିଥିଲା। ଏହି ଘଟଣାରକୁ ନେଇ ଶୁକ୍ରବାର ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଏକ ଅଭିଯୋଗ ହୋଇଥିଲା। ଶନିବାର ପୁଲିସ୍‌ ଅଭିଯୁକ୍ତ ପ୍ରିନ୍ସିପାଲ୍‌ଙ୍କୁ ଗିରଫ କରିଛି।ମାତ୍ର ଅଭିଯୁକ୍ତ ପ୍ରିନ୍ସିପାଲ୍‌ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ପୀଡ଼ିତାଙ୍କ ସହ ଏପରି କିଛି କରିନାହାନ୍ତି ବୋଲି ସଫେଇ ଦେଇଛନ୍ତି। ଏହି ଘଟଣାର ଏବେ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର