ଚଣ୍ଡିଗଡ଼: ଛାତ୍ରୀଙ୍କୁ ଅଫିସ ଡାକି ଅଶ୍ଲୀଳ କାମ କରିବାକୁ କହୁଥିଲେ ପ୍ରିନ୍ସିପାଲ। ଗିରଫ କଲା ପୁଲିସ। ଶନିବାର ଦିନ ହରିୟାଣାର ଜିନ୍ଦ ଜିଲ୍ଲାରେ ଏହି ଘଟଣା ଘଟିଛି। ଏକ ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଉପରେ ଜଣେ କି ୨ଜଣ ନୁହନ୍ତି, ୫୦ରୁ ଅଧିକ ଛାତ୍ରୀ ଯୌନ ନିର୍ଯାତନାର ଅଭିଯୋଗ ଆଣିଛନ୍ତି।
ପୁଲିସର କହିବା ମୁତାବକ, ପୀଡ଼ିତାମାନେ ଲିଖିତ ଆକାରରେ ଅଭିଯୋଗ ଦେବା ଜାଣି ଅଭିଯୁକ୍ତ ୫ଦିନ ହେବ ଫେରାର ଥିଲା। ଆମର ୫ଜଣିଆ ଟିମ୍ ମିଶି ତାଙ୍କୁ ୫ଦିନ ପରେ ଗିରଫ କରିଛୁ। ଶନିବାର ତାଙ୍କୁ ଗିରଫ କରାଯାଇଛି। ୬୦ଜଣ ଛାତ୍ରୀ ଅଭିଯୋଗ କରିଥିବା ବେଳେ ସେ ମଧ୍ୟରୁ ୫୦ଜଣ ଅଭିଯୁକ୍ତର ନିର୍ଯାତନାର ଶିକାର ହୋଇଛନ୍ତି ଏବଂ ଅନ୍ୟ ୧୦ଜଣ ଏଭଳି ହେଉଥିବାର ଦେଖିଥିବା କହିଛନ୍ତି। ପୀଡ଼ିତାଙ୍କ ଅଭିଯୋଗ ମୁତାବକ, ପ୍ରିନ୍ସିପାଲ ଅନେକ ସମୟରେ ବିଭିନ୍ନ ଛାତ୍ରୀଙ୍କୁ ନିଜ ଅଫିସକୁ ଡାକି ଅଶ୍ଲୀଳ କାମ କରିବାକୁ ବାଧ୍ୟ କରନ୍ତି।
ସୂତ୍ରରୁ ପ୍ରକାଶ ଯେ, ଏହି ବିଦ୍ୟାଳୟର ଅନେକ ଛାତ୍ରୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ମହିଳା ଆୟୋଗକୁ ଚିଠି ଲେଖି ପୂରା ଘଟଣା ଜଣାଇଛନ୍ତି ଏବଂ ନ୍ୟାୟ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/t-42.jpg)