ନୂଆଦିଲ୍ଲୀ : ଜମି ବିବାଦକୁ ନେଇ ଘଟି ଯାଇଛି ଅଘଟଣ । ଗୋଟେ ପରିବାରର ଭାଇଭଉଣୀଙ୍କୁୁ ଦେବାକୁ ପଡ଼ିଛି ଜୀବନ । ଗୋଟିଏ ଦିନରେ ଅଲଗା ଅଲଗା ସ୍ଥାନରେ ଘଟିଛି ଗୁଳିକାଣ୍ଡ । ଜମିଜମା ବିବାଦକୁ ନେଇ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କୁ କିଛି ଦୁର୍ବୃତ୍ତ ଗୁଳିକରି ହତ୍ୟା କରିବାର ଘଣ୍ଟାକ ପରେ ତାଙ୍କ ଭାଇଙ୍କୁ ହତ୍ୟା କରାଯାଇଥିବାର ଖବର ମିଳିଛି । ଏ ନେଇ ସୂଚନା ମିଳିବା ପରେ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଦୁର୍ବୃତ୍ତମାନଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ ।

Advertisment

publive-image Red Stick Republican's Rantings - WordPress.com

ସୂଚନା ମୁତାବକ, ରଚନା ପବ୍ଲିକ୍‌ ସ୍କଲରେ ପ୍ରଧାନ ଶିକ୍ଷୟତ୍ରୀ ଭାବେ କାମ କରୁଥିବା ଅନିତା ଯାଦବଙ୍କ ଘରକୁ ସୋମବାର ରାତିରେ ତାଙ୍କ ସ୍ୱାମୀ ନବୀନ ଯାଦବଙ୍କ ୩ ଜଣ ବ୍ୟାବସାୟୀକ ଅଂଶୀଦାର ଘରକୁ ଆସିଥିଲେ । ରଚନା ପବ୍ଲିକ୍‌ ସ୍କଲର ଉପର ମହଲାରେ ରହୁଥିବା ଅନିତା ସେମାନେ କ'ଣ ପାଇଁ ଆସିଛନ୍ତି ବୋଲି ପଚାରିବାରୁ ଆପଣଙ୍କ ସହ କଥା ହେବାର ଅଛି କହି ଘର ଭିତରେ ପ୍ରବେଶ କରିଥିଲେ ୩ ଜଣ ଦୁର୍ବୃତ୍ତ । ତାଙ୍କ ସ୍ୱାମୀ ଘରେ ନଥିବାରୁ ଅନିତା ତାଙ୍କୁ ଯିବା ପାଇଁ କହିଥିଲେ । ଆପଣଙ୍କ ସ୍ୱାମୀ ସହ ନୁହେଁ ବରଂ ଆପଣଙ୍କ ସହ କଥା ଅଛି କହି କିଛି ସମୟ ଧରି ସେମାନେ ଅନିତାଙ୍କ ସହ କଥା ହୋଇଥିଲେ । କଥା ହେବାର କିଛି ସମୟ ପରେ ହଠାତ୍‌ ୩ ଜଣଙ୍କ ମଧ୍ୟରୁ ଜଣେ ଅନିତାଙ୍କ ଛାତିକୁ ଗୁଳି ମାରିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଘରେ ଥିବା ଅନିତାଙ୍କ ପୁଅ ଅଲ୍ପକେ ବର୍ତ୍ତି ଯାଇଥିବା ଜଣା ପଡ଼ିଛି । ଅନ୍ୟ ପକ୍ଷରେ ଅନିତାଙ୍କ ମୃତ୍ୟୁର ଘଣ୍ଟାକ ପରେ ହରିୟାଣାର ଝାଜର୍‌ ଜିଲ୍ଲାରେ ରହୁଥିବା ଅନିତାଙ୍କ ଭାଇଙ୍କୁ ହତ୍ୟା କରାଯାଇଛି ବୋଲି ଖବର ମିଳିଥିଲା । ଦୁଇଟି ଘଟଣା ଗୋଟେ କାରଣ ପାଇଁ ହୋଇଛି ବୋଲି ପୁଲିସ ସନ୍ଦେହ କରୁଥିବା ବେଳେ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଗିରଫ କରିବାର ପ୍ରୟାସ ଆରମ୍ଭ କରିଛି ପୁଲିସ ।