‘ଗୁଡ୍ ମର୍ଣ୍ଣିଙ୍ଗ’ କହିବାରୁ ଛାତ୍ରଙ୍କୁ ମାଡ଼ ମାରିଲେ ପ୍ରିନ୍ସିପାଲ, ତା’ ପରେ ଚାକିରିରୁ ନିଲମ୍ବିତ ହେଲେ
ଆଗ୍ରା : ଉତ୍ତରପ୍ରଦେଶର ଏକ ସରକାରୀ ସ୍କୁଲର ପ୍ରିନ୍ସିପାଲ କରିଥିବା କାମକୁ ନେଇ ଚର୍ଚ୍ଚା ହେବାରେ ଲାଗିଛିା ସ୍କୁଲରେ ସେ ଯେଉଁ ଅଜବ ନିୟମ ତିଆରି କରିଥିଲେ, ତାହା ଏବେ ସାମ୍ନାକୁ ଆସିବା ସହ ତାଙ୍କୁ ନିଲମ୍ବିତ କରାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ତିଲ୍ହାରରେ ଥିବା ବିଲ୍ହାରୀ ସେକେଣ୍ଡାରୀ ସ୍କୁଲର ପ୍ରିନ୍ସପାଲ ଚାନ୍ଦ ମିଆଁଙ୍କୁ ଏବେ ସେ କରିଥିବା ନିୟମ ପାଇଁ ନିଲମ୍ବିତ ହେବାକୁ ପଡ଼ିଛି । ସ୍କୁଲକୁ ଆସିଲେ ସମସ୍ତେ ତାଙ୍କୁ ଗୁଡ୍ ମର୍ଣ୍ଣିଙ୍ଗ ନ କହି ଆଜ୍-ସଲାମ୍-ଓ୍ଵାଲିକମ୍ କହିବେ ବୋଲି ନିୟମ କରିଥିବା ବେଳେ ଜଣେ ଛାତ୍ର ତାଙ୍କୁ ଭୁଲବଶତଃ ଆଜ୍-ସଲାମ୍-ଓ୍ଵାଲିକୁମ୍ ନ କହି ‘ଗୁଡ୍ ମର୍ଣ୍ଣିଂ’ କହି ଦେଇଥିଲେ । ଯାହା ପରେ ଚାନ୍ଦ ରାଗରେ ଛାତ୍ରଙ୍କୁ ମାଡ଼ ମାରିଥିଲେ । ଏହି ସମୟରେ ଜିଲ୍ଲାର ପ୍ରଧାନ ସଚିବ ଏବଂ ନୋଡ଼ାଲ ଅଧିକାରୀ ଡ଼ିମ୍ପଲ ବର୍ମା ବିଲ୍ହାରୀ ସେକେଣ୍ଡାରୀ ସ୍କୁଲକୁ ବୁଲି ଆସିଥିବା ବେଳେ ତାଙ୍କୁ ଏହି ଘଟଣା ବିଷୟରେ ସ୍ଥାନୀୟ ଲୋକେ ଏବଂ ପୀଡ଼ିତ ଛାତ୍ର ଜଣାଇଥିଲେ ।
ଅଭିଯୋଗ ପାଇ ସେ ପୀଡ଼ିତ ଛାତ୍ରଙ୍କୁ ଡ଼ାକ୍ତରୀ ପରୀକ୍ଷା ପାଇଁ ପଠାଇଥିଲେ,ଯାହା ପରେ ଘଟଣାଟି ସତ ବୋଲି ଜଣା ପଡ଼ିଥିଲା । ସତ ସାମ୍ନାକୁ ଆସିବା ପରେ ଚାନ୍ଦ୍ଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ଚାନ୍ଦ୍ ନିଜ ଉପରେ ଲାଗିଥିବା ସମସ୍ତ ଆରୋପକୁ ମିଛ ବୋଲି କହି ମୋ ବିରୋଧରେ ଷଡଯନ୍ତ୍ର କରାଯାଇଥିବା କହିଛନ୍ତି ।