ପରୀକ୍ଷା କେନ୍ଦ୍ରରେ ଅନ୍ୟ ଜଣେ ଝିଅକୁ ବସାଇ ପ୍ରକୃତ ଛାତ୍ରୀଙ୍କ ସହ ଦୁଷ୍କର୍ମ କଲେ ପ୍ରିନ୍‌ସିପାଲ୍‌

ଚଣ୍ଡିଗଡ଼: ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସାହାଯ୍ୟ କରିବା ଆଳରେ ୧୬ ବର୍ଷୀୟ ଛାତ୍ରୀ ସହ ଜଣେ ସ୍କୁଲ୍‌ ପ୍ରିନ୍‌ସିପାଲ୍‌ ଦୁଷ୍କର୍ମ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ସୋନିପତ ଅନ୍ତର୍ଗତ ଗୋହନା ସହରର ଉପକଣ୍ଠରେ ଥିବା ସ୍କୁଲ୍‌ର ମାଲିକ ମଧ୍ୟ ସେହି ପ୍ରିନ୍‌ସିପାଲ୍‌। ମଙ୍ଗଳବାର ଦିନ ଅନୁଷ୍ଠିତ ଶାରୀରିକ ଶିକ୍ଷା ପରୀକ୍ଷା ଦିନ ଉକ୍ତ ଛାତ୍ରୀଙ୍କ ବଦଳରେ ଅନ୍ୟ ଜଣେ ଛାତ୍ରୀଙ୍କୁ ପରୀକ୍ଷା ହଲ୍‌ରେ ବସାଇ ନିକଟସ୍ଥରେ ଏକ ଘରେ ପ୍ରକୃତ ଛାତ୍ରୀ ସହ ଦୁଷ୍କର୍ମ କରିଥିଲେ ସେ।

ପୁଲିସ ଅଧିକାରୀମାନେ ସେ ପ୍ରିନ୍‌ସିପାଲ୍‌ ଏବଂ ଅନ୍ୟ ଦୁଇ ଜଣ ମହିଳାଙ୍କ ନାମରେ ପ୍ରିଭେନ୍‌ସନ୍‌ ଫ୍ରମ୍‌ ସେକ୍ସୁଆଲ୍‌ ଅଫେନ୍‌ସେସ୍‌ ଆକ୍ଟ୍‌ରେ ମାମଲା ରୁଜୁ କରାଯାଇଛି । ସେମାନଙ୍କ ଘରେ ଦୁଷ୍କର୍ମ କରାଯାଇଥିବାରୁ ଉକ୍ତ ମହିଳା ଦ୍ୱୟଙ୍କୁ ଅପରାଧିକ ଷଡ଼ଯନ୍ତ୍ର ପାଇଁ ମାମଲାଭୁକ୍ତ କରାଯାଇଛଇ । ତିନିହେଁ ମଙ୍ଗଳବାର ରାତିରୁ ଫେରାର ହୋଇ ଯାଇଛନ୍ତି।

ଛାତ୍ରୀଙ୍କ ପିତାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି। ଝିଅକୁ ପରୀକ୍ଷାରେ ପାସ୍‌ କରାଇ ଦେବାରେ ସହାୟତା କରିବା ପାଇଁ ତା’ର ବାପା ପ୍ରିନ୍‌ସିପାଲ୍‌ଙ୍କୁ ୧୦ ହଜାର ଟଙ୍କା ଦେବାକୁ ପ୍ରସ୍ତୁତ ଥିଲେ।

ପୀଡ଼ିତାଙ୍କର ବାପା ପୁଲିସକୁ କହିଛନ୍ତି: ମାର୍ଚ ୮ ତାରିଖ ଦିନ ପ୍ରିନ୍‌ସିପାଲ୍‌ ମତେ ଓ ମୋ ଝିଅକୁ ଗୋହନା ଉପକଣ୍ଠରେ ଥିବା ସ୍କୁଲ୍‌କୁ ଡକାଇଥିଲେ। ପରେ ଝିଅକୁ ତାଙ୍କ ଆତ୍ମୀୟଙ୍କ ଘରେ ଛାଡ଼ି ଦେବା ପାଇଁ କହିଲେ ପ୍ରିନ୍‌ସିପାଲ୍‌ ମତେ କହିଲେ। ସେ କହିଲେ କି, ଅନ୍ୟ ଜଣେ ଝିଅ ମୋ ଝିଅର କା’ ହୋଇ ପରୀକ୍ଷାରେ ଉତ୍ତର ଲେଖିଦେବ। ପରୀକ୍ଷା ପରେ ଆସି ଝିଅକୁ ନେଇ ଯିବ।

ପରେ ବାପ ଝିଅକୁ ଛାଡ଼ି ଥିବା ଘରକୁ ଆସିଲାରୁ ସେ କହିଲା କି, ଅନ୍ୟ ଦୁଇ ମହିଳାଙ୍କ ସହାୟତାରେ ପ୍ରିନ୍‌ସିପାଲ୍‌ ତା’ ସହ ଦୁଷ୍କର୍ମ କରିଛନ୍ତି।
ଝିଅ ସହ ଏତିକି କଥାବାର୍ତ୍ତା ହେଉଥିବା ବେଳେ ଅଭିଯୁକ୍ତ ଏବଂ ଦୁଇ ମହିଳା ଘରୁ ଖସି ଚାଲିଗଲେ।

ପୀଡ଼ିତାର ବୟାନ୍‌ ରେକର୍ଡ କରାଯିବା ପରେ, ଆମେ ଏକ ମାମଲା ରୁଜୁ କଲୁ। ଝିଅକୁ ସହାୟତା କରିବାକୁ କାଉନ୍‌ସେଲର୍‌ ଦଳଟିଏ ଗଢ଼ିଲୁ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର