୧୪ ବର୍ଷିୟ ଛାତ୍ରଙ୍କୁ ପ୍ରିନ୍‌ସିପାଲ୍‌ ଦେଖାଇଲେ ପର୍ଣ୍ଣ୍‌, ପୀଡ଼ିତଙ୍କୁ ଚୁପ୍‌ ରହିବାକୁ ମହିଳା କାଉନ୍‌ସେଲର୍‌ଙ୍କ ପରାମର୍ଶ

ପୁଣେ: ଜଣେ ୧୪ ବର୍ଷିୟ ଛାତ୍ରଙ୍କୁ ପର୍ଣ୍ଣ୍‌ ଭିଡିଓ ଦେଖାଇଛନ୍ତି ବୋଲି କୁହାଯାଉଥିବା ଗୋଟିଏ କନ୍‌ଭେଣ୍ଟ୍‌ ସ୍କୁଲ୍‌ର ପ୍ରିନ୍‌ସିପାଲ୍‌ଙ୍କୁ ବୁକ୍‌ କରାଯାଇଥିବା କଥା ରବିବାର ଦିନ ପୁଣେ ପୁଲିସ କହିଛି।

ଘଟଣା ସଂକ୍ରାନ୍ତରେ ଅବଗତ ଥିବା ଜଣେ ମହିଳା କାଉନ୍‌ସେଲର୍‌ ପୀଡ଼ିତଙ୍କୁ ଚୁପ୍‌ ରହିବାକୁ ପରାମର୍ଶ ଦେଇଥିବା କାରଣରୁ ମଧ୍ୟ ବୁକ୍‌ ହୋଇଥିବା କଥା ଜଣେ ଅଧିକାରୀ କହିଛନ୍ତି।

ଉଭୟ ଅଭିଯୁକ୍ତ ନିରୁଦ୍ଦେଶ ହୋଇ ଯାଇଥିବାରୁ ସେମାନଙ୍କୁ ଧରିବାକୁ ଉଦ୍ୟମ ଚାଲିଛି ବୋଲି ଓ୍ଵାନ୍‌ଓ୍ଵାଡ଼ି ଥାନା କର୍ମଚାରୀମାନେ କହିଛନ୍ତି।
ଘଟନାଟି ଏ ବର୍ଷ ମାର୍ଚ ମାସରେ ଘଟିଛି। ପର୍ଣ୍ଣ୍‌ ଭିଡିଓ ଦେଖାଇ ପ୍ରିନ୍‌ସିପାଲ୍‌ ଛାତ୍ରଜଣକୁ ଯୌନଶୋଷଣ କରିଥିଲେ। ଏ ବାବଦରେ ବାଳକ ସ୍କୁଲ୍‌ର ମହିଳା କାଉନ୍‌ସେଲର୍‌ଙ୍କୁ ଅଭିଯୋଗ କରିଥିଲା।

କିନ୍ତୁ, କାଉନ୍‌ସେଲର୍‌ ଏ କଥାରେ ଚୁପ୍‌ ରହିବାକୁ ତାକୁ ଚୁପ୍‌ ରହିବାକୁ କହିଥିଲେ। ବୋଧହୁଏ ତାଙ୍କର ଭୟ ଥିଲା ପ୍ରିନ୍‌ସିପାଲ୍‌ଙ୍କ ବିରୋଧରେ କିଛି କହିଲେ ଚାକିରି ଖଣ୍ଡକ ଚାଲିଯାଇ ପାରେ।

ପିଲାର ପାଠପଢ଼ା ନଷ୍ଟ ହେବ ଭାବି ପୀଡ଼ିତର ପରିବାର ମଧ୍ୟ ନିରବ ରହିଲେ। ପୁଲିସ ଆପଣାଛାଏଁ କୌଣସି ସୂତ୍ରରୁ ଖବର ପାଇ ସ୍କୁଲ୍‌ରେ ପହଞ୍ଚିଥିଲା।

ଇଣ୍ଡିଆନ୍‌ ପେନାଲ୍‌ କୋଡ୍‌ ଏବଂ ପ୍ରୋଟେକ୍‌ସନ୍‌ ଅଫ୍‌ ଚିଲ୍‌ଡ୍ରେନ୍‌ ଫ୍ରମ୍‌ ସେକ୍ସୁଆଲ୍‌ ଅଫେନ୍‌ସେସ୍‌ ଆକ୍ଟ୍‌ରେ ସ୍କୁଲ୍‌ ପ୍ରିନ୍‌ସିପାଲ୍‌ ଏବଂ କାଉନ୍‌ସେଲର୍‌ଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର