ମୁମ୍ବାଇ: ଦୁଷର୍ମକାରୀଙ୍କ ପାଇଁ ଆଇନ ଯେତେ କଡ଼ା ହେବାରେ ଲାଗିଛି ଦୁଷ୍କର୍ମ ଘଟଣା ଦିନକୁ ଦିନ ସେତିକି ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। କିଛିଦିନ ତଳେ ମାହାରାଷ୍ଟ୍ରର ଓ୍ବାସିଲ ଜିଲ୍ଲାରୁ ଦୁଷ୍କର୍ମର ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି।
ଏହି ଘଟଣା ଶୁଣିଲେ ଦିଲ୍ଲୀର ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଘଟଣା ମନେ ପଡ଼ିଯାଉଛି। ମହାରାଷ୍ଟ୍ରରେ ଜଣେ ଯୁବତୀଙ୍କୁ ବିଳାସପୂର୍ଣ୍ଣ ଚଳନ୍ତା ବସରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମକାରୀ ପୀଡ଼ିତାଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୁଲିସ ଦୁଷ୍କର୍ମକାରୀକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରି ଦେଇଛି।
.aajtak.inପୀଡ଼ିତା ପୁଣେର ରାଜନଗ୍ରାମ ପୁଲିସରେ ଅଭିଯୋଗ କରିଛନ୍ତି। ପୀଡିତା ଅଭିଯୋଗ କରି କହିଛନ୍ତି, ସେ ଏକ ଘରୋଇ ସ୍ଲିପର୍ କୋଚ ବସରେ ଯାତ୍ରା କରୁଥିଲେ । ବସଟି ନାଗପୁରରୁ ପୁଣେ ଅଭିମୁଖେ ଯାଉଥିଲା । ଏହି ସମୟରେ ବସର ହେଲପର ତାଙ୍କୁ ୫ ନମ୍ବର ସିଟରୁ ଉଠାଇ ୧୫ ନମ୍ବର ସିଟରେ ବସିବା ପାଇଁ କହିଥିଲା ।
ହେଲପର କଥା ଶୁଣି ସେ ୧୫ନମ୍ବର ସିଟରେ ଯାଇ ବସି ଯାଇଥିଲେ। କିଛି ସମୟରେ ଉକ୍ତ ସିଟକୁ ହେଲପର ଆସି ଚଳନ୍ତା ବସରୁ ତାଙ୍କୁ ଫିଙ୍ଗି ଦେବାକୁ ଧମକ ଦେଇ ଦୁଷ୍କର୍ମ କରିଥିଲା।
ପୁଲିସ ପୀଡିତାଙ୍କ ବୟାନ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଦେଇଛି। ଯେଉଁ ବସରେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିଲା ତାହାକୁ ପୁଲିସ ପୁଣେରୁ ଜବତ କରିନେଇଛି। ପୁଲିସର ଏକ ଟିମ ଦୁଷ୍କର୍ମକାରୀକୁ ଧରିବା ପାଇଁ ନାଗପୁର ଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/rape_55.jpg)