ଗ୍ୟାଙ୍ଗଷ୍ଟର ଟିଟୋ ଓ ତା’ର ସଂପର୍କୀୟଙ୍କ ୫୦ ବ୍ୟାଙ୍କ ଆକାଉଣ୍ଟ ଅଚଳ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର/କେନ୍ଦ୍ରାପଡ଼ା: ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍‌ ସୟଦ ଉସମାନ୍‌ ଅଲ୍ଲୀ ଓ ତା’ର ସଂପର୍କୀୟଙ୍କ ୫୦ଟି ବ୍ୟାଙ୍କ ଆକାଉଣ୍ଟ ଅଚଳ କରାଯିବା ପାଇଁ ପ୍ରକ୍ରୟା ଆରମ୍ଭ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଟିଟୋ, ବେଞ୍ଜିର ଓ ୧୮ ଜଣଙ୍କ ନାମରେ ଥିବା ୩୪ଟି ବ୍ୟାଙ୍କର ଆକାଉଣସ୍‌କୁ ଫ୍ରିଜ କରାଯାଇଛି। ଏ ନେଇ କେନ୍ଦ୍ରାପଡ଼ା, ଯାଜପୁର ଜିଲ୍ଲାର ଧର୍ମଶାଳା, ବାଲିଚନ୍ଦ୍ରପୁର, କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା, ପଟ୍ଟାମୁଣ୍ଡାଇ, ଗରଦପୁର, ମାର୍ଶାଘାଇ ତହସିଲଦାରଙ୍କୁ ତଥ୍ୟ ଦେବା ପାଇଁ ଚିଠି ଜାରି କରାଯାଇଛି।
ସୂଚନାଯୋଗ୍ୟ ଟିଟୁର ଘର ଓ ତା’ର ସଂପର୍କୀୟ ୬ ଭାଇଙ୍କ ଘର, ଅଫିସ, ବାଇପାସସ୍ଥିତ ସମ୍ବଲ ଟ୍ରେଡର୍ସ, ପାରାଦୀପ ଓ କେନ୍ଦ୍ରାପଡ଼ାରେ ଚାଉଁରୀପୁରସ୍ଥିତ ପେଟ୍ରୋଲ ପମ୍ପ, ପଟ୍ଟାମୁଣ୍ଡାଇରେ ଥିବା ବାଇକ୍‌ ସୋ’ରୁମ, କଟକ ମହାନଦୀ ବିହାରରେ ଥିବା ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘର, ପାରାଦୀପରେ ଥିବା ବେନଜିର ଇନଫ୍ରା ପ୍ରାଇଭେଟ୍‌ ଲିମିଟେଡ, ବେନଜିର ଷ୍ଟିଭେଡର୍ସ ପ୍ରାଇଭେଟ୍‌ ଲିମିଟେଡ ଅଫିସରରେ ଜୁଲାଇ ୭ରେ କ୍ରାଇମ ବ୍ରାଞ୍ଚ ଏସଟିଏଫ ପକ୍ଷରୁ ଚଢ଼ାଉ କରାଯିବା ପରେ ଶନିବାର ଟିଟୋ ସହିତ ସଂପର୍କ ରଖିଥିବା ୨ଟି ବ୍ୟବସାୟ ପ୍ରତିଷ୍ଠାନକୁ ସିଲ କରାଯାଇଥିଲା।

ସମ୍ବନ୍ଧିତ ଖବର