ନର୍ସିଂ ଛାତ୍ରୀମାନଙ୍କ ସହ ଅଶ୍ଳୀଳ ଯୌନ ଆଳାପ କରୁଥିବା ପ୍ରଫେସର ଜେଲ୍‌ ଯିବେ!

ମୁମ୍ବାଇ:ନର୍ସିଂ ଛାତ୍ରୀମାନଙ୍କ ସହ ଅଶ୍ଳୀଳ ଯୌନ ଆଳାପ କରିବା ସହିତ ସେମାନଙ୍କୁ ତାଙ୍କର ବ୍ୟକ୍ତିଗତ ଡ଼ାଏରି ରେ ଥିବା ନିଜର ଯୌନ ଅଭିଜ୍ଞତାକୁ ପାଠ କରିବା ଲାଗି ବାଧ୍ୟ କରିବା ମାମଲାରେ ଜଣେ ପ୍ରଫେସରଙ୍କୁ ନ୍ୟାୟାଳୟ ଦୋଷୀ ସାବସ୍ତ୍ୟ କରିଛନ୍ତି। ଏହି ମାମଲାରେ ପ୍ରଫେସର ଜେଲ୍‌ ଯିବେ ବୋଲି ଜଣାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ,ରାଜ୍ୟ ସରକାରଙ୍କ ଏକ ସରକାରୀ ନର୍ସିଂ କଲେଜରେ ଅଧ୍ୟାପନାରତ ରମେଶ୍‌ ବାନ୍ଦ୍ରେ(୪୫) କ୍ଲାସ ରୁମରେ ଅନେକ ସମୟରେ ପାଠ ପଢ଼ାଇବାବେଳେ ‘ସେକ୍ସ’ଶବ୍ଦକୁ ଜାଣିଶୁଣି ଉଚ୍ଚାରଣ କରୁଥିଲେ ବୋଲି ଜଣେ ନର୍ସିଂ ଛାତ୍ରୀ ଅଭିଯୋଗ କରିଥିଲେ। ଖାଲି ସେତିକି ନୁହେଁ ଉକ୍ତ ପ୍ରଫେସରଜଣକ କ୍ଲାସ୍‌ ନେବାବେଳେ ଛାତ୍ରୀମାନଙ୍କୁ ନିଜର ହନିମୁନ୍‌ ଅଭିଜ୍ଞତାକୁ ବଖାଣୁଥିଲେ ଓ ଛାତ୍ରୀମାନଙ୍କର ବିବାହର ପ୍ରଥମ ରାତି କିଭଳି ହେବ,ସେ ସଂପର୍କରେ ବି କହୁଥିଲେ। ସେ ନିଜର ଯୌନ ଅଭିଜ୍ଞତାକୁ ପାଠ କରିବାକୁ ବାଧ୍ୟ କରୁଥିଲେ ବୋଲି ମଧ୍ୟ ଛାତ୍ରୀଜଣକ ଅଭିଯୋଗ କରିଥିଲେ।

କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା କିମ୍ବା ଅଧ୍ୟାପକଙ୍କ କାର୍ଯ୍ୟଶୈଳୀରେ କିଛି ପରିବର୍ତ୍ତନ ଆସି ନ ଥିଲା। ରମେଶ ବାନ୍ଦ୍ରେଙ୍କ ବିରୋଧରେ ୨୦୧୬ ମସିହା ଜୁନ୍‌ ୧୬ ତାରିଖରେ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।

ନ୍ୟାୟାଳୟରେ ଏହି ମାମଲାରେ ବିଚାର ବେଳେ କେତେକ ପୁରାତନ ଛାତ୍ରୀ ମଧ୍ୟ ଅଭିଯୋଗକୁ ସତ ବୋଲି ସାକ୍ଷ୍ୟ ପ୍ରଦାନ କରିଥିଲେ। ସେମାନେ ସୂଚିତ କରିଥିଲେ ସେମାନଙ୍କ ସମୟରେ ବି ରମେଶ ବାନ୍ଦ୍ରେ ସମାନ କଥା କହୁଥିଲେ। ଏହି ମାମଲାରେ ଅଭିଯୁକ୍ତ ରେମେଶ ବାନ୍ଦ୍ରେଙ୍କ ୁ ସର୍ବାଧିକ ୩ ବର୍ଷ କାରାଦଣ୍ଡାଦେଶ ମିଳିପାରେ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର