ମୁମ୍ବାଇ: ମୁମ୍ବାଇର ଏକ ଜୁନିୟର୍ କଲେଜର ଜଣେ ପ୍ରଫେସର ପରୀକ୍ଷାରେ ଅଧିକ ନମ୍ବର ପାଇବାକୁ ଆଶାୟୀ ଜଣେ ୧୭ ବର୍ଷୀୟ ଛାତ୍ରୀଙ୍କ ଠାରୁ ଚୁମ୍ବନ ଦାବି କରିଥିବା କୁହାଯାଉଛି।
ଘଟଣା ଲୋକଲୋଚନକୁ ଆସିବା ପରେ ସେ ୩୫ ବର୍ଷିୟ ପ୍ରଫେସରଙ୍କୁ ଘାତ୍କୋପାର ଠାରେ ପୁଲିସ ଗିରଫ କରିଛି।
ପୁଲିସ କହିବା ଅନୁସାରେ, ଅଧିକ ନମ୍ବର ବଦଳରେ ତାଙ୍କ ଠାରୁ ଚୁମ୍ବନ ଚାହିଁବା କଥାରୁ ଜୁନିୟର କଲେଜ୍ର ୧୭ ବର୍ଷୀୟ ବାଣିଜ୍ୟ ଛାତ୍ରୀଜଣକ ଖୁବ୍ ଦୁଃଖୀ ହୋଇ ଯାଇଛନ୍ତି।
ପରିବାର ଲୋକେ ଝିଅର ବିଚିତ୍ର ଆଚରଣ ଦେଖିବା ପରେ ତାକୁ କଥା କ’ଣ ବୋଲି ପଚାରି ଥିଲେ। ବହୁ ଫୁସୁଲା ଫୁସୁଲି ପରେ ଝିଅ ପରିବାର ଲୋକଙ୍କୁ ସମଗ୍ର ଘଟଣା କହିଥିଲା। ପରେ ଯାଇ ସେମାନେ ଏ ପ୍ରସଙ୍ଗରେ ଥାନାରେ ଅଭିଯୋଗ କରିଥିଲେ।
/sambad/media/post_attachments/wp-content/uploads/2018/03/arrest-handcuff-crime-jail-prison-300x204.jpg)
ପ୍ରଫେସର୍ଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଇବା ପାଇଁ ପରିବାର ଲୋକେ ସାମାଜିକ ଗଣମାଧ୍ୟମ ସହାୟତାରେ ଲୋକମାନଙ୍କୁ ନିବେଦନ କରିଥିଲେ କି, ସେମାନେ ଯାଇ ଥାନା ବାହାରେ ଏକତ୍ର ହୁଅନ୍ତୁ।
ଅଭିଯୁକ୍ତ ପ୍ରଫେସର୍ଙ୍କୁ ଆଇପିସି ଏବଂ ପିଓସିଏସ୍ଓ ସେକ୍ସନ୍ର ଯୌନ ଉତ୍ପୀଡ଼ନ ଓ ଯୌନ ଆକ୍ରମଣ ଧାରାରେ ବୁକ୍ କରାଯାଇଛି।
ପୁଲିସ କହିବା ଅନୁସାରେ, ଘଟଣା ମାର୍ଚ ୮ ତାରିଖରେ ଘଟିଥିଲେ ମଧ୍ୟ ଶନିବାର ଦିନ ରିପୋର୍ଟ କରାଯାଇଛି। ଏକ ଜନପ୍ରିୟ ସିଟି କଲେଜ୍ରେ ପଢ଼ାଉ ଥିବା ପ୍ରଫେସର ମହାଶୟ ୧୭ ବର୍ଷୀୟ ଛାତ୍ରୀଙ୍କୁ କହିଥିଲେ କି, ଯଦି ସେ (ଛାତ୍ରୀ) ତାଙ୍କୁ ଚୁମ୍ବନ ଦିଅନ୍ତି ତେବେ ସେ ପରୀକ୍ଷାରେ ତାଙ୍କୁ (ଛାତ୍ରୀ) ଭଲ ମାର୍କ ଦେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/Abuse_School_Reuters_Representation.jpeg)