ଚିକିତ୍ସା ପାଇଁ ବାପା ବହୁକଷ୍ଟରେ ସଞ୍ଚୟ କରି ରଖିଥିବା ୧୬ଲକ୍ଷ ଟଙ୍କାକୁ ପବଜି ଖେଳ ପାଇଁ ଉଠାଇନେଲା ପୁଅ

ନୂଆଦିଲ୍ଲୀ: ଅନଲାଇନ୍‌ ଗେମ୍‌ ପବଜି ନିଶାରେ ବାୟା ହୋଇ କେତେକ ପିଲାଙ୍କ ଜୀବନ ଅକାଳରେ ଛଡ଼ି ପଡ଼ିଛି। ଆଜିର କିଶୋରମାନଙ୍କ ଉପରେ ଏହି ଗେମ୍‌ର ପ୍ରଭାବ ଅଧିକମାତ୍ରାରେ ପଡ଼ିଥିବା ଦେଖିବାକୁ ମିଳୁଛି। ସବୁକିଛି ଭୁଲି ଯାଇ କିଶୋରମାନେ ଘଣ୍ଟାଘଣ୍ଟା ଧରି ଏହି ଖେଳରେ ମଜି ରହୁଛନ୍ତି।

ସୂଚନାଯୋଗ୍ୟ, ୧୭ ବର୍ଷର ଜଣେ ବାଳକ ପବଜି ଖେଳରେ ପାଇଁ ବାପା-ମା’ଙ୍କ ଆକାଉଣ୍ଟ ଖାଲି କରି ଦେଇଛି।  ପିତାମାତାଙ୍କ କହିବାନୁସାରେ, ପୁଅ ଅନଲାଇନ୍‌ ପାଠପଢ଼ା ପାଇଁ ଫୋନ୍‌ ବ୍ୟବହାର କରିଥାଏ। କିନ୍ତୁ ସେ ପାଠପଢ଼ା ବାହାନାରେ ଫୋନ୍‌ରେ ପବଜି ଖେଳୁଥାଏ। ବ୍ୟାଙ୍କ ଆକାଉଣ୍ଟ ଫୋନ୍‌ ସହିତ ଲିଙ୍କ୍‌ ଥିବା ଜାଣି ମଧ୍ୟ ପୁଅ ପବଜି ମୋବାଇଲ୍‌ ଗେମ୍‌ର ଆଇଟମ୍‌ କିଣିବା ପାଇଁ ୧୬ଲକ୍ଷ ଟଙ୍କା ଉଠାଇ ନେଇଥିଲା।

PUBG Xbox War Mode Release Date Announced at Gamescom | dbltap

ପୁଅର ପିତାଙ୍କ କହିବାନୁସାରେ, ତାଙ୍କ ପୁଅ ଖେଳ ପାଇଁ ଆକାଉଣ୍ଟରୁ ଟଙ୍କା ଉଠାଉଥିଲା। ଆଉ ଟଙ୍କା ଉଠାଇବା ମେସେଜ ଫୋନ୍‌କୁ ଆସିବା ମାତ୍ରେ ତାହାକୁ ସେ ଡିଲିଟ କରି ଦେଉଥିଲା। ଯାହାଫଳରେ ସେ ଏହି ଟଙ୍କା ଉଠାଣ ବିଷୟରେ କୌଣସି ସୂଚନା ପାଇ ପାରୁ ନଥିଲେ। କିନ୍ତୁ ଆବଶ୍ୟକ ପଡ଼ିବାରୁ ସେ ବ୍ୟାଙ୍କ ଷ୍ଟେଟମେଣ୍ଟ ବାହାର କରିଥିଲେ। ଏଥିରୁ ସେ ଏହି ଟଙ୍କା ଉଠାଣ ବିଷୟ ଜାଣି ପାରି ପୁଅକୁ ପଚାରିଥିଲେ। ପୁଅ ବି ନିଜ ଦୋଷକୁ ସ୍ୱୀକାର କରିଥିଲା। ସେ ଏକ ରୋଗ ସହିତ ସଂଘର୍ଷ କରୁଛନ୍ତି, ଯେଉଁଥିପାଇଁ ସେ ଚିକିତ୍ସା ପାଇଁ ଏହି ରାଶି ଜମା କରିଥିଲେ।

ପୁଅ କେବଳ ପିତାଙ୍କ ନୁହେଁ ମା’ଙ୍କର ବି ପ୍ରୋଭିଡେଣ୍ଟ ଫଣ୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟକୁ ବି ଖାଲି କରି ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର