ଠକକୁ ଧରି ପୁଲିସ୍ ଜିମାଦେଲେ ଯୁବକ

ଚନ୍ଦ୍ରଶେଖରପୁର: ଜଣେ ଠକକୁ ଧରି କିଛି ଯୁବକ ଚନ୍ଦ୍ରଶେଖରପୁର ଥାନା ଜିମା ଦେଇଛନ୍ତି। ଠକଜଣଙ୍କ ସ୍ଥାନୀୟ ଅଞ୍ଚଳରୁ କିଛି ବେକାର ଯୁବକଙ୍କୁ ଚାକିରି କରାଇଦେବ ବୋଲି କହି ୪କୋଟି ଟଙ୍କା ନେଇ ଫେରାର ହୋଇଯାଇଥିବା ଯୁବକମାନେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ସଂପୃକ୍ତ ଠକକୁ ଅଟକ ରଖି ପଚରାଉଚରା କରୁଛି। ପୁଲିସ ସୂଚନା ଅନୁଯାୟୀ, ମଞ୍ଚେଶ୍ବର, ଚନ୍ଦ୍ରଶେଖରପୁର ଓ ଜୟଦେବ ବିହାର ଅଞ୍ଚଳରେ ଥିବା କିଛି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟରେ ଚାକିରି କରାଇଦେବ ବୋଲି କହି ଠକଜଣଙ୍କ ପ୍ରାୟ ୧୨୦ଜଣ ଯୁବକଙ୍କଠାରୁ ଟଙ୍କା ଆଦାୟ କରିଥିଲା। ଆନୁମାନିକ ୪କୋଟି ଟଙ୍କା ‌ଆଦାୟ କରି ସେ ଫେରାର୍ ହୋଇଯାଇଥିବା ବେଳେ ଚାକରି ନପାଇ ଠକାମିର ଶିକାର ଯୁବକମାନେ ଦଲାଲ ଜଣଙ୍କୁ ଖୋଜିଥିଲେ। ଆଜି ନୀଳାଦ୍ରିବିହାର ଅଞ୍ଚଳରେ ବୁଲାବୁଲି କରୁଥିବା ଦେଖି ଯୁବକମାନେ ତାକୁ କାବୁ କରି ପୁଲିସ୍ ଜିମା ଦେଇଛନ୍ତି।

ସମ୍ବନ୍ଧିତ ଖବର