ପମ୍ପ୍‌ ଚୋରି ଅଭିଯୋଗରେ ଜଣେ ଗିରଫ

ଖଣ୍ଡଗିରି: ନିର୍ମାଣାଧୀନ ଘରୁ ଏକ ପାଣି ପମ୍ପ ଚୋରି କରିଥିବା ଅଭିଯୋଗରେ ଶନିବାର ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ସ୍ଥାନୀୟ ଶ୍ୟାମପୁର ନିକଟ ନୂଆଗାଁର ଦିଲ୍ଲୀପ କୁମାର ନାଏକ(୨୮)। ଏହି ମାମଲାରେ ଅନ୍ୟ ୨ ଜଣ ଫେରାର୍‌ ଥିବା ସୂଚନା ମିଳିଛି। ସୂଚନାନୁସାରେ ଆର୍ତ୍ତବନ୍ଧୁ ଦାସ କଳିଙ୍ଗନଗର କେ-୮ରେ ତାଙ୍କ ପ୍ଲଟ୍‌ରେ ଗୃହ ନିର୍ମାଣ କରୁଛନ୍ତି। ଗତ ୯ ତାରିଖ ରାତିରେ କେହି ଦୁର୍ବୃତ୍ତ ତାଙ୍କ ବୋର୍‌ େଓ୍ଵଲ୍‌ରୁ ମଟର ବାହାର କରି ନେଇଥିଲା। ଏ ନେଇ ସେ ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଥିଲେ। ପୁଲିସ ତଦନ୍ତରୁ ଦିଲ୍ଲୀପ ସହ ନିଲୁ ଓ ଅନ୍ୟ ଜଣେ ଏହି କାଣ୍ଡ କରିଥିବା ଜଣାପଡ଼ିଥିଲା। ପୁଲିସ ଦିଲ୍ଲୀପକୁ ଧରିବା ପରେ ସେ ମଟର ଚୋରି କରିଥିବା ମାନି ଯାଇଥିଲା।

ସମ୍ବନ୍ଧିତ ଖବର