ନୂଆଦିଲ୍ଳୀ: ମଧ୍ୟପ୍ରଦେଶର ପୁଣେ-ସୋଲାପୁର ଜାତୀୟ ରାଜପଥପାର୍ଶ୍ବରେ ଥିବା ଏକ ରେସ୍ତୋରାଁ ଉପରେ ଟ୍ରକ ଚଢ଼ାଇ ଦେବା ଘଟଣାରେ ପୁଲିସ ଚାଳକଙ୍କୁ ଗିରଫ କରିଛି। ଗିରଫ ଚାଳକଙ୍କ ନାମ ଅମିତ କୁମାର ଜୋକୁଲାଲ ପଟେଲ ବୋଲି ଜଣାପଡ଼ିଛି। 

Advertisment

ମଧ୍ୟପ୍ରଦେଶର ରେୱାର ମୂଳବାସିନ୍ଦା ଅଭିଯୁକ୍ତ ପଟେଲ  ଟ୍ରକ ଚାଳକ ଭାବେ କାମ କରନ୍ତି। ନିକଟରେ ସେ ହାଇଦ୍ରାବାଦରୁ ଟ୍ରକ ନେଇ ପୁଣେ ଅଭିମୁଖେ ଯାଉଥିଲେ। ଏହି ସମୟରେ ସେ ରାସ୍ତାରେ ଏକ ରେସ୍ତୋରାଁରେ ଖାଇବା ପାଇଁ ଅଟକିଥିଲେ। 

ଅମିତ କୁମାର ଜୋକୁଲାଲ ପଟେଲ ରେସ୍ତୋରାଁରେ ପହଞ୍ଚିଲା ବେକକୁ ଅତ୍ୟଧିକ ମଦ ପିଇଥିଲେ। ଯେଉଁ କାରଣରୁ ସେ ଠିକ ଭାବେ ଚାଲିବି ପାରୁ ନଥିଲେ। ଏହାଦେଖି ରେସ୍ତୋରାଁ ମ୍ୟାନେଜର ମୟୂର ଦୁଧଭାଟେ ଅମିତଙ୍କୁ ରେସ୍ତୋରାଁ ଭିତରକୁ ଯିବାକୁ ଅଟକାଇ ଥିଲେ। ଭିତରେ ମଦ ପିଇବାର କୌଣସି ସୁବିଧା ନଥିବା ସହିତ ଲୋକେ ନିଜନିଜ ପରିବାର ନେଇ ବସିଥିବା କଥା ମ୍ୟାନେଜର ଟ୍ରକ ଚାଳକଙ୍କୁ କହିଥିଲେ। 


ମ୍ୟାନେଜରଙ୍କ କଥାରେ ରାଗି ଯାଇ ପଟେଲ ସିଧା ଆସି ତାଙ୍କ ଟ୍ରକରେ ବସି ରେସ୍ତୋରାଁ ଉପରେ ଚଢ଼ାଇ ଦେବାକୁ ଚେଷ୍ଟା କରିଥିଲେ। ଏହି ଘଟଣାରେ ପଟେଲ ଅନେକ ଲୋକ, ଗାଡ଼ିକୁ ଧକ୍କା ଦେଇ ଆଗକୁ ବଢ଼ିଥିଲେ। ପଟେଲଙ୍କ ଏଭଳି କାଣ୍ଡ ହେତୁ ରେସ୍ତୋରାଁର ସାମ୍ନାପାର୍ଶ୍ବ କ୍ଷତିଗସ୍ତ ହୋଇଯାଇଛି। ସୌଭାଗ୍ୟବଶତଃ ଏଥିରେ କାହାକୁ କିଛି ଆଘାତ ଲାଗି ନାହିଁ।  ମ୍ୟାନେଜର ଏହି ଘଟଣାକୁ କେନ୍ଦ୍ର କରି ଥାନାରେ ପେଟେଲଙ୍କ ବିରୋଧରେ ମାମଲା ରୁଜୁ କରିବା ପ‌ରେ ପୁଲିସ ତଦନ୍ତ ଆରମ୍ଭ କରିଛି।  ଟ୍ରକ ଚାଳକ୍ ଅମିତ କୁମାର ଜୋକୁଲାଲ ପଟେଲଙ୍କୁ ପୁଲିସ ଗିରଫ କରିଛି।