ପାକିସ୍ତାନୀ ସିରିଏଲ୍‌ ଦେଖୁଥିବା ସ୍ତ୍ରୀଙ୍କୁ ଚାପଡ଼ରେ ଆକ୍ରମଣ କଲେ ସ୍ୱାମୀ

ପୁଣେ: କଥାବାର୍ତ୍ତା ନ କରି ମୋବାଇଲ୍‌ ଫୋନ୍‌ରେ ‘ପାକିସ୍ତାନୀ ଡ୍ରାମା’ ନାମକ ଗୋଟାଏ ‘ସୋ’ ଦେଖିବା ଉପରେ ଅଧିକ ଗୁରୁତ୍ୱ ଦେଉଥିବା ପତ୍ନୀଙ୍କୁ ଜଣେ ୪୦ ବର୍ଷିୟ ବ୍ୟକ୍ତି ଚାପଡ଼ରେ ଆକ୍ରମଣ କରିଥିବା କଥା ମଙ୍ଗଳବାର ଦିନ ପୁଲିସ କହିଛି।

ଅଭିଯୁକ୍ତ ଅସିଫ୍‌ ସତ୍ତାର୍‌ ନାୟବ ହୋର୍ଡିଙ୍ଗ୍‌ ଲଗା କାମ କରନ୍ତି ଓ ସପରିବାର ସାଲିସ୍‌ବରି ପାର୍କ ଅଞ୍ଚଳରେ ରହନ୍ତି।

ପତ୍ନୀଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ନାୟବଙ୍କୁ ସ୍ୱାର୍‌ଗେଟ୍‌ ଥାନା ପୁଲିସ ଗିରଫ କରିଛି। ସୋମବାର ସନ୍ଧ୍ୟାରେ ପତ୍ନୀ ତାଙ୍କ ନାମରେ ଥାନାରେ ଏତଲା ଦେଇଥିଲେ।

ପୁଲିସ କହିବା ଅନୁସାରେ, ସୋମବାର ସକାଳେ ପତିପତ୍ନୀ କଜିଆ ଲାଗିଥିଲେ।

ଦୋକାନରୁ ଦୁଗ୍ଧ ଆଣିବାକୁ ମହିଳାଜଣକ ତାଙ୍କ ପୁଅକୁ ପଠାଇ ଥିଲେ। ପ୍ୟାକେଟ୍‌ଟି କଣା ଏବଂ ସେଥିରୁ କିଛି ଦୁଗ୍ଧ ବୋହି ଯାଇଥିବା ଦେଖି ସେ ପୁଅକୁ ଗାଳି ଦେଇଥିଲେ।

ତାଙ୍କ ପାଟି ଶୁଣି ଅସିଫ୍‌ ବାରଣ କରିବାରୁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ବୋଲି ସ୍ୱାର୍‌ଗେଟ୍‌ ଥାନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଅଭିଯୋଗରେ ମହିଳାଜଣକ ଦର୍ଶାଇଛନ୍ତି ଯେ ନାୟବ ସନ୍ଧ୍ୟାବେଳେ ଘରକୁ ଫେରିବା ପରେ ସେ କଥା ନ କହିବାରୁ ଝଗଡ଼ା ଉଗ୍ର ହୋଇଥିଲା।
ଅସିଫ୍‌ କାମରୁ ଫେରିବା ପରେ ତାଙ୍କ ପତ୍ନୀ ଶୋଇବାଘରକୁ ଯାଇଥିଲେ। କଥା କହିବାକୁ ଅସିଫ୍‌ ଶୋଇବାଘରକୁ ଯିବାରୁ ସେ ତାଙ୍କ ମୋବାଇଲ୍‌ ଫୋନ୍‌ରେ ‘ପାକିସ୍ତାନୀ ଡ୍ରାମା’ ନାମକ ସିରିଏଲ୍‌ ଦେଖୁଥିଲେ।

ଅସଫ୍‌ଙ୍କର ମନେହେଲା ସେ ତାଙ୍କ ପ୍ରତି ଧ୍ୟାନ ନ ଦେଇ ମୋବାଇଲ୍‌ ଫୋନ୍‌ରେ ଚାଲିଥିବା ସୋ ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅସିଫ୍‌ ଗୋଟାଏ ଚାପଡ଼ ଧରି ଆକ୍ରମଣ କରିବାରୁ ପତ୍ନୀଙ୍କ ଡାହଣ ହାତର ବୁଢ଼ା ଆଙ୍ଗୁଠି ଭାଙ୍ଗି ଯାଇଛି।

ସମ୍ବନ୍ଧିତ ଖବର