ସ୍ୱାମୀକୁ ଭଲ କରିଦେବ କହି ସୁନାଗହଣା ନେବା ସହ ୪୭ବର୍ଷୀୟା ପୀଡ଼ିତାଙ୍କ ସହ ଦୁଷ୍କର୍ମ କଲା ୨୯ବର୍ଷୀୟ ଯୁବକ

ପୁନେ : ମହାରାଷ୍ଟ୍ରର ପୁନେରେ ଜଣେ ମହିଳାଙ୍କ ସହ ଘଟିଥିବା ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପୀଡ଼ିତା ନିଜ ସ୍ୱାମୀକୁ ବଞ୍ଚାଇବାକୁ ଯାଇ ଦୁଷ୍କର୍ମର ଶିକାର ହେବା ଏବଂ ପରେ ଭିଡିଓ ଭାଇରାଲ ହେବା ଡ଼ରରେ ଅଭିଯୁକ୍ତକୁ ସୁନାଗହଣା ସହ ଟଙ୍କା ଦେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି । ତେବେ ମଙ୍ଗଳବାର ଏ ନେଇ ପୀଡ଼ିତା ପୁଲିସରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ ।

cyprus-mail.com

ସୂଚନା ମୁତାବକ, ପୀଡ଼ିତାଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହୁ ନଥିବାରୁ ସୁସ୍ଥ କରିବାର ପ୍ରତିଶ୍ରୁତି ଦେଇଥିଲେ ଅଭିଯୁକ୍ତ । ନଭେମ୍ବର ୨୦୧୪ରୁ ଅକ୍ଟୋବର ୨୦୧୮ ମଧ୍ୟରେ ଅଭିଯୁକ୍ତ ପୀଡ଼ିତାଙ୍କ ସ୍ୱାମୀକୁ ଭଲ କରିଦେବ ବୋଲି କହି ତାଙ୍କ ସହ ଜୋରଜବରଦସ୍ତ ଶାରୀରିକ ସଂପର୍କ ରଖିଥିଲେ । ଏହା ପରେ ଦୁଷ୍କର୍ମ ସମୟର ଭିଡିଓ ଭାଇରାଲ କରିବାର ଧମକ ଦେଇ ପୀଡ଼ିତାଙ୍କଠାରୁ ସୁନାଗହଣା ସହ ଟଙ୍କା ହଡ଼ପ କରିଥିଲେ । ସବୁ ନେବା ପରେ ପୀଡ଼ିତାଙ୍କ ସ୍ୱାମୀଙ୍କ ପାଇଁ କିଛି ନ କରିବାରୁ ପୀଡ଼ିତା ଶେଷରେ ପୁଲିସରେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର