ଗଞ୍ଜା ଲଢ଼େଇ କରୁଥିବା ୧୬ଜଣ ଗିରଫ

ପୁନେ: ପୁନେ ଗ୍ରାମୀଣ ପୁଲିସ ନିସାରଗ ଲଜରେ ନିକଟସ୍ଥ ଭୁଗଙ୍ଗାରେ ଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୬ ଜଣଙ୍କୁ ଗିରଫ କରିଛି। ଏହି ଅଭିଯୁକ୍ତଙ୍କଠାରୁ ନଗଦ ୧,୦୫ଲକ୍ଷ ଟଙ୍କା ସହିତ ବେଆଇନ୍‌ ୪୦ଟି ବିଦେଶୀ ମଦ ବୋତଲ ଜବତ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ, ଏହି ଚଢ଼ାଉ ଭୁଗଙ୍ଗାର ନିସାରଗ ଲଜରେ ହୋଇଥିଲା। ଟିପ୍‌-ଅପ୍‌ରେ କାମ କରୁଥିବା ସ୍ଥାନୀୟ କ୍ରାଇମ୍‌ ବ୍ରାଞ୍ଚ (ଏଲ୍‌ସିବି)ର ଅଧିକାରୀର ବିଶେଷ ସୂତ୍ରରୁ ଏହି ଆଡ୍ଡାରେ ଗଞ୍ଜା ଲଢ଼େଇ ହୋଇ ଜୁଆ କରାବାର ହେଉଛି ବୋଲି ଖବର ପାଇଥିଲେ। ଏହାପରେ ଏକ ଟିମ୍‌ ଗଠନ କରି ଗତ ଗୁରୁବାର ଅପରାହ୍ନ ୨ଟା ସମୟରେ ଏହି ଆଡ୍ଡା ଉପରେ ଆକସ୍ମିତ ଚଢ଼ାଉ କରି ଘଟଣାସ୍ଥଳରୁ ୧୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଯାଞ୍ଚରୁ ପୁଲିସ ଜାଣିବାକୁ ପାଇଥିଲା କି ଅଭିଯୁକ୍ତମାନେ ଗଞ୍ଜା ଲଢ଼େଇ ପାଇଁ ଗଞ୍ଜା ଗୋଡରେ ବ୍ଲେଡ ବାନ୍ଧି ଦେଇଥିଲେ ତାଙ୍କୁ ଲଢ଼ିବା ପାଇଁ ବାଧ୍ୟ କରୁଥିଲେ।

ସମ୍ବନ୍ଧିତ ଖବର